ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା, ନିରାକାର ରାଉତ, ବିଜୟ କୁମାର ମେହେର, ସନ୍ତୋଷ ସିଂ ଠାକୁର, ଅମରେଶ ଠାକୁର, ସୁମିତାବ ନାୟକ, ଦେବକାନ୍ତ ନାୟକ, ପୁଷ୍ପକାନ୍ତ ସାହୁ, ସସ୍ମିତା ସରିଆଁ, ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀ ରଶ୍ମି ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରୋହିତ ପ୍ରଧାନ, ଗୁରୁପ୍ରସାଦ ବଣ୍ଡା, ଛାତ୍ର ପ୍ରଦୀପ ପଟେଲ, ଷ୍ଟେନଲି ବାରିକଙ୍କ ସମେତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିବା ବେଳେ ଛାତ୍ରୀ ଷ୍ଟେନଲି ବାରିକ ଧନ୍ୟବାଦ ଦେଇଥିଲେ ।