ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମୀଳନୀ ସମାପ୍ତି ଘଟିଛି । ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଗବେଷକ, ତିନିଶହରୁ ବୈଜ୍ଞାନିକ, କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀ ପ୍ରମୁଖ ସମୂହ ବ୍ୟକ୍ତି ବିଶେଷ୍ୟଗଣ ରଙ୍ଗେଇଲଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରୁ ବିଦାୟ ନେଇଛନ୍ତି । ନିଜଅଞ୍ଚଳକୁ ଫେରିଯିବା ପୂର୍ବରୁ ଏଠାକାର ଉଦ୍ୟକ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଗଞ୍ଜାମ ମାଟିକୁ ପ୍ରଣତି ଜଣାଇ ହର୍ଷ-ଉଲ୍ଲାସ ମଧ୍ୟରେ ନିଜ ଜନ୍ମଭୂମି ଅବା କର୍ମଭୂମିକୁ ଖୁସିରେ ସାଦରରେ ଫେରିଯାଇଛନ୍ତି । ସୂଚନା ଯୋଗ୍ୟ ଯେ’ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲଣ୍ଡାଠାରେ ଅବସ୍ଥାପିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ତିନିଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ମତ୍ସ୍ୟ ସମ୍ପଦର ବିକାଶ ଅଭିବୃଦ୍ଧି ସମ୍ପର୍କିତ ଜ୍ଞାନ କୌଶଳ ପ୍ରଶିକ୍ଷଣ ଓ ପ୍ରଦର୍ଶନୀମେଳା ସମାରୋହରେ ବରେଣ୍ୟ ଅତିଥି ଓ ବରିଷ୍ଠ ବୈଜ୍ଞାନିକଗଣ ଯୋଗଦେଇ ମତ୍ସ୍ୟ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ କାମନା କରିଥିଲେ । ଆଧୁନିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଉପରେ ଆଲୋକପାତ କରାଯାଇଥିଲା । ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଏହି ତିନିଦିନିଆ ଜାତୀୟସ୍ତରୀୟ ସମ୍ମିଳନୀର ଅୟୋଜନ ପାଇଁ ଉଦ୍ୟମ କରିଥିଲେ ।
