ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ସକାଶେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏକ ଉତ୍ସବର ଆୟୋଜନ କରିଥିଲେ । ସଭାରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନ ଯାପନ ସହିତ ଏକ ଭଲ ମଣିଷ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଅନ୍ୟତମ ବକ୍ତା ପ୍ରାଧ୍ୟାପକ ଗୋବିନ୍ଦ ମେହେର ଛାତ୍ରଛାତ୍ରୀମୋନ କର୍ତ୍ତବ୍ୟ ପରାୟଣ ହେବା ପାଉଁ ମତବ୍ୟକ୍ତ କରିଥିଲେ । ପ୍ରଥମ ବର୍ଷର ଛାତ୍ରୀମାନେ ବିଦାୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶୁଭଶ୍ରୀ ଥନାପତି, ନିବଦେିତ ମିଶ୍ର, ଦୀପକ ମେହେର ସଂଯୋଜନା କାର୍ଯ୍ୟ ସଂପାଦନ କରିଥିଲେ ଏବଂ ସୂଚିସ୍ମିତା ମାଝୀ ନିଜସ୍ୱ ଅନୁଭୁତି ବଖାଣିଥିଲେ । ବବିତା ପାତ୍ର, ମାମି ମହାନନ୍ଦ, ଶ୍ରାଦ୍ଧାଞ୍ଜଳୀ ସେଂଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ଅଧ୍ୟାପକ ମୁକଶେ ପଟ୍ଟନାୟକ, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଚିନ୍ମୟୀ ମିଶ୍ର, ଡି.ଇ.ଓ. ବାଲଶଙ୍କର ମେହେର, ଅବସର ପ୍ରାପ୍ତ ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଥନାପତି ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.