oom

ବିଚ୍‌ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କୁ ଗୋଡାଇବା ଘଟଣାରେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ବଲାଙ୍ଗିର ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଯୋଗଦେଇ ପୁରା ସୂଚନା ଦେଇଛନ୍ତି । ଏସ୍‌ପି ଅଭିଳାଷ ଜିଙ୍କ ସୂଚନା ଅନୁସାରେ ୦୭.୦୫.୨୦୨୫ ରାତି ପାଖାପାଖି ୯.୩୦ ସମୟରେ ରାମେଶ୍ୱର ନଗର ସୋନୁ ପଟ୍ଟନାୟକ ନାମକ ଜଣେ ଯୁବକ ଲୋକନାଥ ମନ୍ଦିର ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ୭-୮ ଜଣ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ମୁହଁରେ କପଡା ଘୋଡାଇ ଖଣ୍ଡା, ଭୁଜାଲି, ଲୁହା ରଡ୍ ଧରି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ହେଲେ ସୋନୁ ଜୀବନ ଭୟରେ ଯେତେବେଳେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଲାଗିଲେ, ଅପରାଧୀମାନେ ତାଙ୍କୁ ପିଛା କରିଥିଲେ, ଅପରାଧୀଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ସୋନୁ ବଲାଙ୍ଗିରର ଜଗନ୍ନାଥ ପଡ଼ା ନିକଟରେ ଥିବା ଏକ ସୁନା ଦୋକାନରେ ପ୍ରବେଶ କରିବା ବେଳେ ଦୋକାନ କବାଟକୁ ମଧ୍ୟ ଅଭିଯୁକ୍ତମାନେ ଅସ୍ତ୍ରଶସ୍ତ୍ରରେ ଆଟାକ୍‌ କରିଥିଲେ ଓ ସୋନୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଉକ୍ତ ଘଟଣାରେ ସୋନୁ ଟାଉନ ଥାନାରେ ଅଭିଯୋଗ କରିବା ପରେ ବଲାଙ୍ଗିର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କ ଗତିବିଧି ଓ କାହିଁକି ସୋନୁଙ୍କୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଚାହୁଁଥିଲେ, ସେ ବିଷୟକୁ ନେଇ ଟାଉନ ଥାନା ପୋଲିସ ତନ୍ନ ତନ୍ନ କରି ତଦନ୍ତ କରିଥିଲା ଓ ଶେଷରେ ଆଜି ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହାଟପଦାପଡ଼ାର ବିଶାଲ ପଶାୟତ (୨୪), ଗନ୍ଧରେଲର ତୁଷାର ବାରିକ (୨୪) ଓ ବୈଜୟନ୍ତୀପଡ଼ାର ରାଜା ପାତ୍ର (୧୯) ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ପଛରେ ପୂର୍ବ ଶତ୍ର୍ରୁତା ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହାଟପଦାପଡ଼ାର ବିଶାଲ ପଶାୟତ ବୋଲି ଏସ୍‌ପି କହିଛନ୍ତି ।

jittmm
Leave A Reply

Your email address will not be published.