oom

କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳସେଚନ ବିଭାଜନ ତରଫରୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦ୍‌ଘାଟିତ ହୋଇଯାଇଛି । ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଗୋବର୍ଦ୍ଧନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷକୁ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ବଲାଙ୍ଗିରର ବିକାଶ କୃଷି କ୍ଷେତ୍ରରେ ବିକାଶ ହେଲେ ହିଁ ହୋଇପାରିବ । ଜଳସେଚନ କ୍ଷେତ୍ରରେ କମ ପାଣିରେ କିପରି ବେଶୀ ଚାଷ ହୋଇ ପାରିବ, ସେ ଦିଗରେ ସରକାର ଓ ଜଳସେଚନ ବିଭାଗ ଉଦ୍ୟମ କରିବା ଦରକାର । ଯଦି ଜଳର ସଦ ବିନିଯୋଗ ନହୁଏ,ତେବେ ଆଗାମୀ ସମୟରେ ଜଳ ପାଇଁ ହିଁ ଯୁଦ୍ଧ ହେବା କଥାକୁ ଏଡେଇ ଦିଆଯାଇ ନପାରେ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ବଲାଙ୍ଗିର ଜିଲ୍ଲାର ପାରଂପରିକ ଜଳସେଚନ ବ୍ୟବସ୍ଥା, କମ ପାଣିର ଚାଷ ଓ ଜୈବିକ ଚାଷ ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ । ବଲାଙ୍ଗିର ଜିଲ୍ଲାର ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ଦେବଦତ୍ତ ରାୟ ମହାପାତ୍ର ଜିଲ୍ଲାର ପାଣି ପଞ୍ଚାୟତ ଗଠନ ପରିଚାଳନା ଓ ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ଚାଷୀମାନଙ୍କୁ ବତାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ପରିଷଦ ଜୋନ ୨ ସଦସ୍ୟା ବୀଣାପାଣୀ ଦାଶ, ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଲକ୍ଷଣ କୁମାର ମେହେର, ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁଶୀଲ କୁମାର ଚାନ୍ଦ, ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡପଣ୍ଡା, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, କୃଷି ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳକ ତରଫରୁ ସୂର୍ଯ୍ୟ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷର ଆବଶ୍ୟକତା ଓ ବଲାଙ୍ଗିରର ବିକାଶରେ ଜଳସେଚନର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଶ୍ରୀ ସିଂହଦେଓ । ଶେଷରେ ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଗୋବର୍ଦ୍ଧନ ନାୟକ ସଭାପତି ବକ୍ତବ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.