
ଅନୁଗୁଳ : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଅନୁଗୁଳ ସ୍ଥିତ ବାସଭବନରେ ଚଢ଼ାଉ କରୁଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ରେଡ଼ ଚାଲିଥିବା ସୂଚନା ମିଳିଛି । ଅନୁଗୁଳ କାରଡ଼ାଗାଡ଼ିଆସ୍ଥିତ ବାସଭବନରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୁଳ, ଢେଙ୍କାନାଳ, କଟକ ଟିମ୍ର ୮ଜଣିଅ ଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଅନୁଗୁଳ ଜିଲ୍ଲାର କରଡ଼ାଗାଡ଼ିଆ, ଲୋକେଇପଶି, ମାଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି । ଘରୁ ପୁଳା ପୁଳା ଟଙ୍କା ମିଳିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କରଡ଼ାଗାଡ଼ିଆରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଆଉ କିଛି ଦିନ ପରେ ତାଙ୍କର ଚାକିରି କାର୍ଯ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।