centurian jitm

ଏବିଭିପି ବରଗଡ ନଗର ଶାଖା ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ

nschool

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ନଗର ଶାଖା ତରଫରୁ ବରଗଡ ନଗରର ଗୋବିନ୍ଦପାଲି ଛକ୍‌ ଠାରେ ଥିବା ବିବେକାନନ୍ଦ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରୀୟ ସ୍ଲୋଗାନ ଓ ରାଷ୍ଟ୍ରଗୀତ ଗାନ ଦ୍ବାରା ମାଲ୍ୟାର୍ପଣ କରାଯାଇ ରାଷ୍ଟ୍ରୀୟ ଯୁବାଦିବସ ବା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁ‍ଖ୍ୟବକ୍ତା ଭାବେ ଏବିଭିପିର ପୂର୍ବତନ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟା ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରାନ୍ତ ମହିଲା ସମନ୍ବୟର ରାଜ୍ୟ ସଂପାଦିକା ଜୟଶ୍ରୀ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଭାଗ ସଂଯୋଜକ ଛନ୍ଦାଚରଣ ଦଲପତ, ଏବିଭିପି ବରଗଡର ପୂର୍ବତନ ଓ ବରିଷ୍ଠ କାର୍ୟ୍ୟକର୍ତ୍ତା କିଶୋର ବିଭାର, ୟୋଥ ଫର୍‌ ସେବାର ବରଗଡ ଜିଲ୍ଲା ସଂଯୋଜକ ଅରୁଣ ଟାଲି, ଜିଲ୍ଲା ,ସ୍‌ଏଫ୍‌ଏସ୍‌ ପ୍ରମୁଖ ବିଶାଲ ମହାନନ୍ଦ, ନଗର ଉପ-ସଭାପତି ହେମନ୍ତ ପଧାନ, ନଗର ସଂପାଦିକା ଯାଜ୍ଞସେନୀ ମହାପାତ୍ର, ସହ-ସଂପାଦକ ନୂତନ ପଧାନ ଏବଂ ବରଗଡ ନଗର ଅନେକ ପ୍ରମୁଖ କାର୍ୟ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ମୁ‍ଖ୍ୟ ବକ୍ତା ଜଗତର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ ସହ ତାଙ୍କର ଆଦର୍ଶ ଗୁଣାବଲୀ ବିଷୟରେ ସୁନ୍ଦର ଅଭିଭାଷଣ ରଖି ଯୁବ ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ରୀୟ ଚିନ୍ତାଧାରାରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ତେବେ ବରଗଡ ନଗର ତରଫରୁ ୟୋଥ୍‌ ଫର୍‌ ସେବାର କାର୍ୟ୍ୟକ୍ରମ ମାଧ୍ୟ‌ମରେ ଛୋଟ ଛୋଟ କୋମଲମତି ବିଦ୍ୟାର୍ଥୀମାନଙ୍କୁ ‌ଷ୍ଟୁଡେଣ୍ଟ କିଟ୍‌ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.