oom

ବିବେକାନନ୍ଦ କ୍ଲବରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଠାରେ ବିବେକାନନ୍ଦ କ୍ଲବ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ସହଯୋଗରେ ଆଜି ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ସମିତି ସଭ୍ୟ ଲଷ୍ମୀ କୁମାର, ସମ୍ମାନିତ ଅତିଥି ଭାବେ ନାଏବ ସରପଂଚ ନରେଶ ଦଣ୍ଡିଆ, ନେହେରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଅମର ସିଙ୍ଗ ଭୋଇ, ପୂର୍ବ ତନ କ୍ଲବ ସଭାପତି ଚୈତନ୍ୟ ଚରଣ ଦାଶ, ଓକିଲମଣୀ ସାହୁ ଉପସ୍ଥିତ ହୋଇ ଖାଉଟି ମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବ ସଭାପତି ଯତୀନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବ ସଭ୍ୟ ନରେନ୍ଦ୍ର ଦଣ୍ଡିଆ, ତ୍ରିଲୋଚନ ବାରିକ, ମଣ୍ଟୁ ପଧାନ, ସାନନ୍ଦ ପୁଟେଲ ପ୍ରମୁଖ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.