om academy

ଫାଣ୍ଡିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ

jsm

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ୍‌ ସାଲେଭଟା ଫାଣ୍ଡି ପରିସରରେ ପୁଲିସ ଉପସ୍ଥିତିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ସୂଚନା ଅନୁସାରେ ମୁର୍ଷୁଣ୍ଡ ଗାଁର ବିକାଶ ବିଶ୍ୱାଳ(୨୬) ଏବଂ ସେହି ଗାଁର ସ୍ୱର୍ଗସିନୀ ପ୍ରଧାନ(୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସେମାନଙ୍କ ବିବାହ ପାଇଁ ପରିବାର ଲୋକେ ସ୍ୱୀକୃତି ଦେଉ ନଥିଲେ । ଅନ୍ୟ ଉପାୟ ନପାଇ ଉଭୟେ ଘରୁ ଫେରାର୍‌ ହୋଇଯାଇଥିଲେ । ଏନେଇ ଝିଅର ବାପା ସାଲେଭଟା ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ପ୍ରହ୍ଲାଦ କୁମ୍ଭାର ଉଭୟଙ୍କୁ ଠାବ କରିଥିଲେ । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ । ଫାଣ୍ଡି ଅଧିକାରୀ ଉଭୟଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ । ସୋମବାର ରାତିରେ ଉଭୟ ପରିବାର ଲୋକ ଗ୍ରାମର ଏକ ଭଦ୍ର ବ୍ୟକ୍ତିଙ୍କୁ ଫାଣ୍ଡି ଅଧିକାରୀ ଡକାଇ ଫାଣ୍ଡି ସମ୍ମୁଖରେ ବିବାହ କରାଇଥିଲେ ।

Leave A Reply

Your email address will not be published.