ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ

ତୁରେକେଲା, (କୈଳାସ ସଗ୍ରିଆ) : ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ । ସୂଚନା ଅନୁସାରେ ତୁରକେଲା ଥାନା ମୁରିବାହାଲ ଗାଁରେ ଗତକାଲି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଳମ୍ୱିତ ରାତି ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ କନ୍ୟା ଘର ଲୋକ ବିବାହକୁ ବାତିଲ କରିଛନ୍ତି । କନ୍ୟାଘର ଲୋକ କହିବାନୁସାରେ, ଗତକାଲି ରାତିରେ ବରଯାତ୍ରୀ ଆସିଥିବା ବେଳେ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ସମୟରେ ବରଯାତ୍ରୀ ଦଲର ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା । ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରଯାତ୍ରୀମାନଙ୍କ ଭିତରୁ ପୋଲିସ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ପରେ ବର ଶିଶୁପାଳ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି ।

Leave A Reply

Your email address will not be published.