କରାତଳି ଗ୍ରାମରେ ଦେବ ଦମ୍ପତ୍ତି ଶିବ ବିବାହ ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କରାତଳି ଗ୍ରାମରେ ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଅବସରରେ କରାତଳି ଗ୍ରାମର ଲୋକନାଥ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯାଇଛି । ଠାକୁରଙ୍କୁ ଗ୍ରାମବାସୀ ମିଳିତରେ ଗ୍ନଗର ପରିକ୍ରମଣ କରାଯାଇଛି । ଗ୍ରାମର ଶ୍ରୀ ଲୋକନାଥ ମନ୍ଦିର ଠାରୁ ଆରମ୍ଭ କରି ଗ୍ରାମ ପରିକ୍ରମା କରି ଆସି ମନ୍ଦିର ଠାରେ ଠାକୁରଙ୍କ ପରିକ୍ରମଣ ଶେଷ କରାଯାଇଥିଲା । ପରିକ୍ରମଣ ବେଳେ ବର୍ଣ୍ଣାଢ଼୍ୟ ପଟୁଆରରେ ଶିବ, ପାର୍ବତୀ ଓ ନରସିଂହ ବେଶ ଭୂଷା ବହୁତ ଆକର୍ଷଣ ପଟୁଆରୁ ବହାରି ଗ୍ରାମ ଉତ୍ସବ ମୁଖର ହୋଇ ଉଠିଥିଲା । ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ମନ୍ଦିରର ସଭାପତି କାମରାଜୁ ଖୁଣ୍ଟିଆ, ସମ୍ପାଦକ ବାସୁଦେବ ପ୍ରଧାନ, ଗ୍ରାମର ମୁଖ୍ୟ ରାଜେନ୍ଦ୍ର ନାହାକ, ଦୁର୍ଯ୍ୟୋଧନ ପ୍ରଧାନ, ଅଶୋକ ନାହାକ, ସୂର୍ଯ୍ୟ ପ୍ରଧାନ, ବାବୁରାମ ନାହାକ, ସଞ୍ଜୟ ନାହାକ, ପ୍ରଫୁଲ୍ଲ ବେହେରା, ଏନ୍.ଭାଗୀରଥି ରେଡ୍ଡୀ ଓ ଗ୍ରାମର ଯୁବ ଗୋଷ୍ଠୀ ସମସ୍ତେ ମିଶି ଶୀତଳ ଷଷ୍ଠୀ ଯାତ୍ରାକୁ ବହୁ ଆଡ଼ମ୍ବରପୂର୍ଣ୍ଣ କରି ଲୋକାଭିମୁଖୀ କରାଇଥିଲେ ।

Leave A Reply

Your email address will not be published.