jayashree

ଶ୍ୟାମଜ୍ୟୋତି ମହୋତ୍ସବ ସର୍ଗିବାହାଲର ଦ୍ଵିତୀୟ ରଜନୀରେ ଜଳନ୍ଧର ବିବାହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶ୍ୟାମାଜ୍ୟୋତି ମହୋତ୍ସବ ଦ୍ଵିତୀୟ ରଜନୀରେ ଜଲନ୍ଦର ଦରବାର କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର ନିର୍ଦ୍ଦେଶକ ରାଜକୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପତି ରଣା, ଚିତ୍ରସେନ ବେହେରା, ଗୋବର୍ଦ୍ଧନ ବରିହା, ରାଜୀବ ମେହେର ମଂଚାସୀନ ଥିଲେ । ମୁଖ୍ୟ ଅତିଥି ରାଜକୁମାର ସାହୁ ସର୍ଗିବାହାଲର ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ସହ ଶ୍ୟାମାଜ୍ୟୋତି ମହୋତ୍ସବ ଫଳରେ ଅଂଚଳର ସାଂସ୍କୃତିକ ବିକାଶର ଭୂମିକା ପ୍ରକାଶ କରିଥିଲେ । ମଞ୍ଜୁଳତା ତ୍ରିପାଠୀ ଗୀତ ପରିବେଷଣ, ଅକ୍ଷୟ ଭୋଇ ଇଂସା ଦଳ ନାରଦଙ୍କ ପରାମର୍ଶ କ୍ରମେ ଜଳନ୍ଧର ବିବାହ ପରିବେଷଣ କରିବା ସହ ମା’ ମହେଶ୍ୱର କଳା ପରିଷଦର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଅଧ୍ୟାପକ ଲିଙ୍ଗରାଜ ସାହୁ କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ମହୋତ୍ସବ କମିଟିର କାର୍ଯ୍ୟକର୍ତ୍ତା ବିବେକା ବେହେରା, ସଂଜୀବ ମେହେର, ଭାରତ ମେହେର, ଉମେଶ ଅଗ୍ରୱାଲ, ଆଜାଦ ଦାଶ, ବନ ମେହେର, ପୁରୁଷୋତ୍ତମ ବରିହା ଆଦି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.