oom

ବେଲପଡ଼ା ପଞ୍ଚାୟତ ଠାରେ ଆୟୁଷ୍ମାନ ଯୋଜନାର କାର୍ଡ଼ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଏବଂ ଦେଶର ୭୦ ବର୍ଷରୁ ଉଦ୍ଦ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଳପଡ଼ା ସରପଞ୍ଚ ଖରତ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ସମ୍ମାନୀୟ ଅତିଥି ଭାବେ ବେଳପଡ଼ା ମେଡ଼ିକାଲ ଅଫିସର ଅମୀର ମେହେର, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ପବିତ୍ର ପୋଡ଼, ହରିଶ କେତକୀ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ଓଡ଼ିଶାରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କରକମଲରେ ବିତରଣର ଶୁଭ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଫାର୍ମାସିଷ୍ଟ ଗୋପୀନାଥ ମେହେର, ସ୍ୱାସ୍ଥ୍ୟକର୍ମୀ ସୁରେଖା ସୁନା, ଏମବିକେ ଅମ୍ବିକା ସେଲମା, କେଦାର ପୋଡ଼, ଗୌରାଙ୍ଗ ବାଗ, ଘାସିରାମ ଭୋଇ ପ୍ରମୁଖଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପଞ୍ଚାୟତ ବିଭାଗର କର୍ମଚାରୀ ଓ ଅଙ୍ଗନ ବାଡ଼ି କର୍ମୀ ଓ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.