ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଅନୁଭୂତ

ଶ୍ରୀନଗର : ଆଜି ସକାଳ ୭ଟା ୨୯ ମିନିଟ୍‌ରେ ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ଅଞ୍ଚଳରୁ ୧୮୬ କି.ମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜୀ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପ ଅନୁଭୂତ ହେବାପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

Leave A Reply

Your email address will not be published.