ଲୋକ ସଂପର୍କ ବିଭାଗ ସରକାର ଓ ଲୋକଙ୍କ ମଧ୍ୟରେ ଏକ ସଂଯୋଗର ସେତୁ ଭାବରେ ଭୂମିକା ନିର୍ବାହ କରିଥାଏ : ମନ୍ତ୍ରୀ ପ୍ରଦୀପ କୁମାର ଅମାତ
ଭୁବନେଶ୍ୱର, (କେପିଏନ୍ଏସ୍) : ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଲୋକ ସଂପର୍କ ବିଭାଗ ଆସି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲୋକ ସଂପର୍କ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଏହା ସରକାର ଓ ଲୋକଙ୍କ ମଧ୍ୟରେ ଏକ ସଂଯୋଗର ସେତୁ ଭାବରେ ଭୂମିକା ନିର୍ବାହ କରିଥାଏ ବୋଲି ସେ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।