ମହତାବ ଉଚ୍ଚ ବିଦ୍ୟାଳୟରେ ଭୂମିପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟର ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଯାହା ଫଳରେକି ଉକ୍ତ ବିଦ୍ୟାଳୟଟି ଏକ ମଡେଲ ବିଦ୍ୟାଳୟ କରିବା ପାଇଁ ବିଜେଡି ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏହି ବିଦ୍ୟାଳୟଟି ଡେଲାଙ୍ଗ ଓ କଣାସ ଅଞ୍ଚଳରେ ପୁରାତନ ବିଦ୍ୟାଳୟ ଭାବେ ବେଶ ପରିଚିତ । ବିଦ୍ୟାଳୟର ଉନ୍ନତୀକରଣ ବା ମଡେଲ ବିଦ୍ୟାଳୟ ପାଇଁ ଭୂମିପୂଜା ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚପିୟମ୍ବଦା ରାଉତରାୟ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁନିନ୍ଦା ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ସହକାରୀ ଶିକ୍ଷୟତ୍ରୀ ନିବେଦିତା ତ୍ରିପାଠୀ ଓ ୫ଟି ଅଭିଯାନର ବିଦ୍ୟାଳୟର ପରିଚାଳନ କମିଟିର ସଦସ୍ୟସଦସ୍ୟା ମାନେ ଉପସ୍ଥିତି ରହିଥିଲେ ।

Leave A Reply

Your email address will not be published.