ତୁଷୁରା କ୍ଲଷ୍ଟରର ଶିକ୍ଷକମାନଙ୍କ ବୌଦ୍ଧ ବିହାର ଜିରାଙ୍ଗକୁ ଶୈକ୍ଷିକ ଭ୍ରମଣ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଶୈକ୍ଷିକ ଭ୍ରମଣ ହୋଇଛି । ସିଆରସିସି ଜଗମୋହନ ତ୍ରିପାଠୀଙ୍କ ନେତୃତ୍ୱରେ ଗତ ୧୭ ତାରିଖ ରାତି ୧୨ଟାରେ ତୁଷୁରାରୁ ବାହାରି ପ୍ରଥମେ ଓଡ଼ିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ପରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଏବଂ ଗଜପତି ଜିଲ୍ଲାର ଖସଡା ଜଳ ପ୍ରପାତ ଓ ବୌଦ୍ଧ ବିହାର ଜିରାଙ୍ଗ ପରିଦର୍ଶନ କରିଥିଲେ । ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ଶିଶୁମାନଙ୍କୁ ଶିକ୍ଷାଦାନ ସମୟରେ ସହଯୋଗ କରିବ ବୋଲି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏଥିରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ହେମନ୍ତ କୁମାର ଦାଶ, ତୁଷୁରା ବାଳିକା ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, କପସିଲା ପିଏମ୍ ଶ୍ରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ମନ୍ମଥ ରାଜହଂସ, ଧାନଘରା ୟୁପି ସ୍କୁଲର ପ୍ରଧାନଶିକ୍ଷକ ଦୁତିଆ ସେଠ, ନଅଗାଁ କଲୋନି ପଡାର ପ୍ରଧାନଶିକ୍ଷକ ଚନ୍ଦ୍ରଧ୍ୱଜ ମେହେର ତଥା ୪୦ ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.