jayashree

ଭୋଟର ତାଲିକା ବର୍ଦ୍ଧିତ ଓ ମାର୍ଜିତ କରିବାପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ନୂତନ ଭୋଟରଙ୍କ ନାମ ଲେଖାଇବା ଏବଂ ଭୋଟର ତାଲିକାରେରେ ନିଜ ନାମ ଓ ପରିବାରର ନାମ ସଂଯୋଗ କରିବା, ଭ୍ରମ ସଂଶୋଧନ କରିବା ସହ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ନିଜନିଜର ସ୍ୱାଧୀନ ଭାବେ ମତଦାନ ପ୍ରଦାନ କରିବାର ଅଧିକାର ସୁଯୋଗ ଲାଭ କରିବା ନିମନ୍ତେ ଭୋଟର କାର୍ଡର ସଦବ୍ୟବହାର କରିବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଭୋଟରମାନଙ୍କୁ ସଚେତନତା କରିବା ନିମନ୍ତେ ଶନିବାର ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଏକ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଓ ରିଜର୍ଭ ପୋଲିସ ପରେଡ଼ ଗ୍ରାଉଣ୍ଡ ଛକ ପଥ ପ୍ରାନ୍ତରେ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ମହିଳାଗ୍ରୁପ, ଶିକ୍ଷକ ଶିକ୍ଷୟିତ୍ରୀ, ମିଶନଶକ୍ତି, ଅଙ୍ଗନାବାଡ଼ି ଦିଦି କଲେଜ ଛାତ୍ରଛାତ୍ରୀ, ଅଫିସିଆଲ ଷ୍ଟାଫ ଆଦି ବିଭିନ୍ନ ବର୍ଗର ଲୋକେ ଅଂଶଗ୍ରହଣ କରିଥିଲେ । ନୂତନ ଭୋଟରଙ୍କ ନାମ ଲେଖାଇବା ଏବଂ ଭୋଟର ତାଲିକାରେରେ ନିଜ ନାମ ଓ ପରିବାରର ନାମ ସଂଯୋଗ କରିବା ଉପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସ୍ୱାଗତ ସମ୍ଭାଷଣ ଦେଇ ସୂଚାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଦେବଦତ୍ତ ମହାନ୍ତ ମଧ୍ୟ ଉପସ୍ଥିତ ସୁଧିଜନଙ୍କୁ ପ୍ରବର୍ତ୍ତାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ) ଶ୍ରୀମତୀ ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ ଓ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚରେ ଜନସଚେତନତାକୁ ଆହୁରି ଜନାଦୃତ କରିବା ନିମନ୍ତେ ଏହି ପଥ ମହୋତ୍ସବରେ ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ଓଡିଶୀ ଓ ସମ୍ବଲପୁରୀ ଏବଂ ଗ୍ରାମୀଣ କଳା ସଂଗଠନ ଟାଙ୍ଗଣାପଲ୍ଲୀର ଶଙ୍ଖ ମହୁରୀ ନୃତ୍ୟରେ ମଞ୍ଚ ଦୁଲିକିଉଠିଥିଲା । ଶେଷରେ ପାଲା ପରିବେଷଣ ହୋଇଥିଲା । ପାଲା ଗାୟକ ଗୀତମାଧ୍ୟମରେ ଭୋଟରଙ୍କୁ ସଚେତନ କରାଇ ପାଲା ପରିବେଷଣ କରିଥିଲେ ।

Leave A Reply

Your email address will not be published.