oom

କଣ୍ଟାପାଲି ଗ୍ରାମବାସୀଙ୍କ ଆହ୍ଵାନ ସ୍କୁଲ ନାହିଁ ତ ଭୋଟ୍‌ ନାହିଁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗ୍ରାମବାସୀ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଗାଁରେ ୧୯୭୨ ମସିହାରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତି ହୋଇଥିଲେ । ପୁଣି ଏହାର କିଛି ବର୍ଷ ପରେ ୫ମ ପର୍ଯ୍ୟନ୍ତ ହୋଇଥିଲା ଓ ଦୁଇ ଜଣ ଶିକ୍ଷକ ନିଯୁକ୍ତି ହେଲେ । ସବୁ ଠିକ୍‌ଠାକ୍‌ ଥିଲା ହେଲେ ୨୦୨୨ ମସିହାରେ ସରକାରଙ୍କ ନୂଆଁ ଗାଇଡ଼୍‌ ଲାଇନ୍‌ ଆସିଲା ୩୦ ଜଣରୁ କମ୍‌ ଥିବା ସ୍କୁଲ ଉଠିଯିବ ସେଇ ସମୟରେ ଏହି ସ୍କୁଲରେ ୨୮ ଜଣ ଛାତ୍ରଛାତ୍ରୀ ଥିବାରୁ ତାହା ସରକାରଙ୍କ ପକ୍ଷରୁ ଉଠାଇଦିଆଯାଇ କୁଟାସିଂହା ହାଇସ୍କୁଲରେ ସାମିଲ ହେଲା । ଏଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହେଲେ । କିନ୍ତୁ ହାଇସ୍କୁଲକୁ ଛୁଆ ପଢିବାକୁ ଗଲେନାହିିଁ । ସମସ୍ୟା ହେଲା ଗାଁରୁ ହାଇସ୍କୁଲ ବହୁଦୂର ହେବ ତାହାପୁଣି ମୁଖ୍ୟ ରାସ୍ତାରେ ଥିବାରୁ ଦୈନିକ ସହ ସହ ଯାନବାହନ ଚଳପ୍ରଚଳ କରୁଥିବାରୁ ନିଜ ଛୋଟ ଛୋଟ ଛୁଆଙ୍କୁ ସେଠାକୁ ଛାଡିବାକୁ ଅଭିଭାବକମାନେ ସୁରକ୍ଷୀତ ମଣୁନଥିବା କହିଛନ୍ତି । ସେଇଥି ପାଇଁ ଯିଏ ଯୁଆଡେ ପାରିଲା ନିଜ ଛୁଆଙ୍କୁ ପଢ଼ାଉଛନ୍ତି । ଏପଟେ ଛୁଆ ପଢିବାକୁ ଆସୁ ନଥିବାରୁ ୨ଜଣ ଶିକ୍ଷକ ବସି ରହୁଛନ୍ତି । ଏ ସମ୍ପର୍କରେ ସିଆରସିସି, ବିଆରସି, ବିଓ, ଏବିଓ, ଡିଓ ପର୍ଯ୍ୟନ୍ତ ଜଣେଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ ତାଙ୍କ କହିବାନୁସାରେ ସ୍କୁଲ ନଉଠିବାକୁ କେସ୍‌ ମଧ୍ୟ କରାଯାଇଛି ଯାହା ଏବେ ହାଇକୋର୍ଟରେ ବିଚରାଧୀନ ଅଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ କାହାରିଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗକୁ ୨୦୨୪ସାଧାରଣ ନିର୍ବାଚନ ଆସୁଥିବାରୁ ସ୍କୁଲ ନାହିଁ ତ ଭୋଟ୍‌ ନାହିଁ ବୋଲି ଗାଁ ସଭାରେ ନିଷ୍ପତି ନିଆଯାଇଛି । ତେଣୁକରି ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଉଚିତ୍‌ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

jittmm
Leave A Reply

Your email address will not be published.