oom

ବିଶିଷ୍ଟ ସମାସେବୀ ଲଳିତ ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା ଓ ସମବେତ ଭୋଜନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶିଷ୍ଟ ସମାଜସେବୀ ତଥା ଅନନ୍ୟ ଶ୍ରମିକ ନେତା କୋଟି ହୃଦୟର ଗୋଟିଏ ନାୟକ ସ୍ୱର୍ଗତ ଲଳିତ ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଲଳିତ ନାୟକ ଫାଉଣ୍ଡେସନ୍‌ ତରଫରୁ ପାଳନ କରାଯାଇଛି । ଦେଓଗାଁ ବ୍ଲକ ସଲେପାଲିଠାରେ ଥିବା ଗ୍ରାମମଙ୍ଗଳ ପାଠାଗାର ଶିଶୁଯତ୍ନ ଅନୁଷ୍ଠାନ ଓ ବୃଦ୍ଧାଶ୍ରମଠାରେ ଶ୍ରଦ୍ଧାଞ୍ଜଳି ଦିଆଗଲା । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦୀପକ ରଞ୍ଜନ ନାୟକ(ବବୁଲୁ) ପରିଚାଳନା କରିଥିଲେ । ଲଳିତ ନାୟକ ଥିଲେ ଜଣେ ଦୁଃଖୀ ଦରିଦ୍ର, ଅସହାୟ, ଶ୍ରମିକ ଖଟିଖିଆ ଲୋକଙ୍କ ସୁଖଦୁଃଖର ସାଥୀ । ସେ ତାଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ଲୋକଙ୍କ ସେବାରେ କାଟି ଦେଇଥିଲେ । ଆଜି ସେଭଳି ମହାନ୍ ବ୍ୟକ୍ତିଙ୍କୁ ସାରା ଓଡ଼ିଶା ମନେ ପକାଉଛି । ତାଙ୍କ କାର୍ଯ୍ୟକୁ ଦେଖି ବହୁତ ଯୁବପିଢ଼ି ସମାଜ ସେବାକାର୍ଯ୍ୟ ହାତକୁ ନେଇଛନ୍ତି । ଏହି ସଭାରେ ସୌମ୍ୟରଞ୍ଜନ ମିଶ୍ର ଧନ୍ୟବାଦ ଜଣାଇଥିଲେ । ସଭାସାଙ୍ଗ ହେଲା ପରେ ସମବେତ ଭୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ପଟେଲ, ଅଙ୍କୁଶ ପାଣ୍ଡିଆ, ତାପସ ରଞ୍ଜନ ମହାନ୍ତି, ଗୋବିନ୍ଦ ଶତପଥୀ, ବିକାଶ ସା, ପ୍ରିତମ ବରାଡ, ଦେବାଶିଷ ଦାସ, ଆଶିଷ ବାରିକ, ଅମରଜିତ୍ ପଟେଲ, ଶୋଭନ ଅଗ୍ରୱାଲ, ଅପରମିତ ପରିଚ୍ଛା, ଜୟନାରାୟଣ ବୋହିଦାର, ବ୍ରଜଗୋପଲ ସିଂହ, ଉତ୍ତମ ବାରାଡ, ଶିବପ୍ରସାଦ ମିଶ୍ର, ହେପି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.