ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନବବର୍ଷର ବିଭିନ୍ନ ତିଥି, ପର୍ବ ପର୍ବାଣୀ ଦିନମାନଙ୍କରେ ଛତ୍ରପୁରର ବରିଷ୍ଠ ନାଗରିକ ଗୋଷ୍ଠୀମାନେ ବିଭିନ୍ନ ବୈଷ୍ଣବ ଠାକୁରଙ୍କର ପହିଲି ଭୋଗ ଖାଇ ଖୁସି ମନାଇଥିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ପ୍ରାତଃ-କାଳୀନରେ ସ୍ନାନ ସାରି ଠାକୁରଙ୍କ ଦର୍ଶନ ଓ ପୂଜାପାଠ କରି ସେଠିକାର ଠାକୁରଙ୍କର ପହିଲି ଭୋଗ ଖାଇ ଭକ୍ତି ଭାବପୂର୍ଣ୍ଣରେ ଆନନ୍ଦ ଲାଭ କରିଛନ୍ତି । ଯୁବପିଢ଼ିଙ୍କୁ ଏକ ନିଆରା ଆଧ୍ୟାତ୍ମିକ ଜାଗରଣ ଓ ସାତ୍ତ୍ୱିକ ଭାବନାର ପ୍ରତିପାଦନ କରିଆସିଛନ୍ତି । ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସାହିର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୀମାଦ୍ରୀ ଚୌଧୁରୀଙ୍କ ନେତ୍ତୃତ୍ଵରେ ଜନମାନସକୁ ସନାତନ ଭାବନାରେ ମନୋନିବେଶ ପାଇଁ ସଚେତତା ସୃଷ୍ଟି କରିଛନ୍ତି ।
Next Post