ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ମୋତିପାଲି ଗାଁର ଜଣେ ବ୍ୟକ୍ତିର ଘରକୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଗନ୍ଧମାର୍ଦ୍ଦନ ପର୍ବତକୁ ଲାଗି ରହିଥିବା ମୋତିପାଲିକୁ ଜଙ୍ଗଳରୁ ଭୋର ୩ଟାରେ ଏକ ବଣୁଆ ହାତୀ ଗାଁକୁ ପ୍ରବେଶ କରିଥିଲା । ଗାଁର ଧନିରାମ ବଚ୍ଛା ରୋଷେଇ ଘରକୁ ଭାଙ୍ଗି ଦେଇ ଧାନ ଓ ଚାଉଳ ଖାଇଦେଉଛି । ଲୋକମାନେ ଆତଙ୍କିତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳକୁ ପହଞ୍ଚିବା ପୂର୍ବରୁ ହାତୀ ଜଙ୍ଗଳକୁ ପଲାଇଥିବା ଜଣାପଡିଛି । ବନ ବିଭାଗ ମୋତିପାଲି ଜଙ୍ଗଲକୁ ଲାଗିଥିବା ଗାଁ ଗୁଡିକୁ ଯାଇ ହାତୀ ପ୍ରତି ସତର୍କ ରହିବାକୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇଥିଲେ । ଏ ସଂପର୍କରେ ଜାମସେଠ ବିଟ ବନପାଳ ଦିବାକର ପ୍ରଧାନଙ୍କୁ ପଚାରିବାରୁ ରାତ୍ରିରେ ଗୋଟିଏ ଘର ଭାଙ୍ଗି ଦେଇଛି । ଆମେ ହାତୀର ଗତିବିଧି ତୀକ୍ଷ୍ମ ନଜର ରଖିଛୁ । ବଣୁଆ ହାତୀ ପ୍ରତି ସତର୍କ ରହିବାକୁ ନିକଟସ୍ଥ ଗ୍ରାମ ଗୁଡିକରେ ସଚେତନତ କରିଛୁ ବୋଲି କହିଛନ୍ତି ।
