oom

ମିଶନ ଶକ୍ତିର ଗୃହ ନିର୍ମାଣ ସକାଶେ କାଉନସିଲରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ସକାଶେ ବୁଧବାର ସ୍ଥାନୀୟ ହାଟପଦା ପରିସରରେ ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ରଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଗୃହ ନିର୍ମାଣ ହେଲେ ମିଶନ ଶକ୍ତିର ମାଆମାନଙ୍କ ବହୁ ସୁବିଧା ହେବ ବୋଲି କାଉନସିଲର ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ୧୧ ନମ୍ବର ୱାର୍ଡ଼ କାଉନସିଲର ସନ୍ତୋଷୀ ସେଠି, ୯ନଂ ୱାର୍ଡ କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡ଼ଙ୍ଗୀ ଓ ଜୋସ୍ନାମୟୀ ଜେନା, ଏମ୍‌.ଇ. ସାମିଲତା ପ୍ରଧାନ, ଇନଫ୍ରଷ୍ଟ୍ରକ୍‌ଚର ଏକ୍ସପୋର୍ଟ ଚିରଞ୍ଜିବୀ ବେହେରା, ପ୍ରୋଗ୍ରାମ କୋର୍ଡିନେଟର ଦେବାଶିଷ ସ୍ୱାଇଁ, ସିଏମ୍‌ଏମ୍‌ ଶ୍ରୀମନ୍ତ ପାତ୍ର, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ବିଜେଡି ନଗର ସଭାପତି ବି. ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଏସ୍‌ଏଚ୍‌ଜି ମହାସଂଘର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଝିଲି ବାଳା ରାଉତ ଓ ଯୁଗ୍ମ ସମ୍ପାଦିକା ଗୀତା ସାହୁଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ, ଏସ୍‌ଏଚ୍‌ଜି ମାଆ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.