centurian jitm

ଟିଟିଲାଗଡ ଓ କଣ୍ଟାବାଞ୍ଜିଠାରେ ନୂତନ କୋର୍ଟ କମ୍ପ୍ଲେକ୍ସର ଭର୍ଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଅଧ୍ୟକ୍ଷ, ଗୃହ ନିର୍ମାଣ କମିଟି ମାନ୍ୟବର ଜଷ୍ଟିସ ଡକ୍ଟର ବି. ଆର.ଷଡଙ୍ଗୀ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାର ବିଭାଗୀୟ ଓ ମାନ୍ୟବର ପ୍ରଶାସନିକ ବିଚାରପତି, ମାନନୀୟା ଜଷ୍ଟିସ ସାବିତ୍ରୀ ରଥଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏବଂ କଣ୍ଟାବାଞ୍ଜିଠାରେ ନୂତନ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ, ବଲାଙ୍ଗିର ଲଲାଟେନ୍ଦୁ ଜେନା, ସନ୍ଦୀପ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଦୌରା, ଜଜ, ଟିଟିଲାଗଡ ରମାକାନ୍ତ ମହାନ୍ତି, ସିଭିଲ ଜଜ ସିନିୟର ଡିଭିଜନ, ଟିଟିଲାଗଡ, ଏସଡ଼ିଜେଏମ୍‌ ଶ୍ରୀମତୀ ଶାଶ୍ଵତୀ ମହାପାତ୍ର, ଜେଏମଏଫସି, ଅଭିନନ୍ଦନ ରାୟ, ଚଞ୍ଚଲ ରାଣା, ଜିଲ୍ଲାପାଳ, ବଲାଙ୍ଗିର, ରିଷିକେଶ ଖିଲାରି, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଟିଟିଲାଗଡ ଓକିଲ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ମୋହନ ମହାନ୍ତି ପ୍ରମୁଖ ଏହି ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଟିଟିଲାଗଡ ସଦରମହକୁମା ସ୍ଥିତ ଚାରଭଟାଠାରେ ୦୯,୦୪,୨୩,୦୦୦ ଏବଂ କଣ୍ଟାବାଞ୍ଜିରେ ୦୬,୧୯,୫୧,୩୧୯ ବ୍ୟୟରେ ହେବାକୁ ଥିବା ନୂତନ ଦୌରା ଜଜ୍ କୋର୍ଟ ଓ ବିଚାର ବିଭାଗୀୟ କମ୍ପ୍ଲେକ୍ସ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାର ବିଭାଗୀୟ ଓ ମାନ୍ୟବର ପ୍ରଶାସନିକ ବିଚାରପତି ମାନନୀୟା ଜଷ୍ଟିସ ସାବିତ୍ରୀ ରଥ ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ହେବାକୁ ଥିବା ଦୌରାଜଜ କୋର୍ଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ । ଏହି ଭିତ୍ତିପ୍ରସ୍ତର ଉତ୍ସବରେ ଅଙ୍କିତା କୁମ୍ଭାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା, ଟିଟିଲାଗଡ, ସରୋଜା ବେହେରା, ତହସିଲଦାର, ଟିଟିଲାଗଡ, ରାଜେନ୍ଦ୍ର ମାଝି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଟିଟିଲାଗଡ, ଦିଲ୍ଲେଶ୍ଵର ମାଝି, ଏସ୍‌ଡ଼ିଓ, ପୂର୍ତ୍ତ ବିଭାଗ, ଟିଟିଲାଗଡ, ଓକିଲ ସଂଘର ସମସ୍ତ ସଦସ୍ୟ ଓ ବିଚାର ବିଭାଗୀୟର କର୍ମଚାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସେହି ଭଳି ଭାବେ କଣ୍ଟାବାଞ୍ଜିରେ ଅନୁଷ୍ଠିତ ହୋଇଥିବା ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ହିମାଂଶୁ ଶେଖର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଦୌରା, ଜଜ, କଣ୍ଟାବାଞ୍ଜି, ପରିତୋଷ କୁମାର ସେଠି, ସିଭିଲ ଜଜ ସିନିୟର ଡିଭିଜନ, କଣ୍ଟାବାଞ୍ଜି, ରାହୁଲ କୁମାର ଜେନା, ଜେଏମ୍‌ଏଫ୍‌ସି କଣ୍ଟାବାଞ୍ଜି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା, କଣ୍ଟାବାଞ୍ଜି, ସମିମ ଅହମଦ ଖାନ, ସଭାପତି, ଏସ୍‌.ଜେ.ରାଓ, ସମ୍ପାଦକ, କଣ୍ଟାବାଞ୍ଜି ଓକିଲ ସଂଘ ତଥା ସମସ୍ତ ସଦସ୍ୟ, ଚରଣଞ୍ଜିତ ଓରାମ, ରେଜିଷ୍ଟର, ସିଭିଲ କୋର୍ଟ, ବଲାଙ୍ଗିର, ସୁମନ କୁମାର ଆଚାର୍ଯ୍ୟ, କୋର୍ଟ ମେନେଜର, ବଲାଙ୍ଗିର, ପିଣ୍ଟୁ ମଲ୍ଲିକ, ଉପ ପ୍ରଶାସକ ବିଭାଗୀୟ, ସୁନୀଲ ପାଣିଗ୍ରାହୀ, ମୁଖ୍ୟ ପ୍ରଶାସକ ତଥା ସମସ୍ତ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.