oom

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସକାଶେ ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ବିଆରସିସି ଫକୀର ଚରଣ ବିଶି, ମୁଖ୍ୟବକ୍ତା ଭାବେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନୀତ ଅତିଥି ଭାବେ ବଡବାବୁ ବିଜୟ କୁମାର ପାଣିଗ୍ରାହୀ, ପରମେଶ୍ୱର ଖମାରୀ, ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ । ମୁଖ୍ୟ ସ୍ରୋତରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ସାମିଲ କରି ପାରିଲେ ଆମମାନଙ୍କର ପରିଶ୍ରମ ସାର୍ଥକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଆରଟି ସୁନିଲ ସାହୁ ସ୍ୱାଗତ ଅଭିଭାଷଣ ଓ ବିଆରଟି ଜ୍ୟୋତିବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଭିତରେ ଚିତ୍ରାଙ୍କନ, ସଙ୍ଗୀତ, ମ୍ୟୁଜିକ ଚେୟାର, ବାଟିଚାମଚ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତି ବିଭାଗରୁ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାରେ ଆଇଡି ସଂଯୋଜକ ସୁଜାତା ମହାନ୍ତି, ଛବିଲା ନାଏକ, ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ପ୍ରକାଶ ମେହେର, ବିବେକାନନ୍ଦ ରାୟ, ସତ୍ୟ ପ୍ରକାଶ ସାହୁ, ସୁନିଲ ରଞ୍ଜନ ସଲତାର, ଅଜିତ କୁମାର ବାରିକ, ସୂର୍ଯ୍ୟ ରାମ ମାଝୀ, ଶିଶିର କୁମାର ପ୍ରଧାନ, ପ୍ରକାଶ ସେଲମା, ସରୋଜ ପୁରୋହିତ, ଟିକେଶ୍ୱର ବେହେରା, ବିଜୟ ତାଣ୍ଡି, ପ୍ରସନ୍ନ ଲୁହା, ଜ୍ୟୋତିକାନ୍ତ ବଣିଆ, ସେନାପତି ମେହେର, ଜିତେନ୍ଦ୍ର ନାୟକ, ସୁଶାନ୍ତ ପ୍ରଧାନ, ରମେଶ ସୁନା, ସଞ୍ଜୟ ଖୁରା, ବବରୁ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.