ପାଟଣାଗଡ଼, (ଗୋରେଖନାଥ ବରିହା) : ଯେଉଁ ଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି କରୁଛନ୍ତି ସାଧାରଣ ଜନତା ଉପରେ ପିଠି ଓ ପେଟରେ ମଧ୍ୟ ମାଡ଼ ପଡୁଛି । ସରକାର କେବଳ ଯୋଜନା ଉପରେ ଯୋଜନା, ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି । ଦେଖିଲା ବେଳକୁ ସବୁ ଧୂଆଁ ବାଣ । ଯେତେବେଳେ ନିର୍ବାଚନ ଆସେ ଭୋଟରକୁ ଆକୃଷ୍ଟ କରିବା ପାଇଁ କେତେ ମିଥ୍ୟା ପ୍ରତିଶୃତି ଦିଅନ୍ତି ତାହା ଜନସାଧାରଣଙ୍କୁ ଅଜଣା ନୁହେଁ । ପେଟ୍ରୋଲ ଦର କମିବ, ଡିଜେଲ ଦର କମିବ, ଖାଉଟି ଦ୍ରବ୍ୟ ଦର କମିବ କିନ୍ତୁ କେବେ କମିବ । କମିବାର ନା ନଥିବା ବେଳେ ବଢି ବଢି ଆଜି ପେଟ୍ରୋଲ ଦର ଲିଟର ପିଛା ଶତକ ଛୁଇଁଲାଣି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆକାଶ ଛୁଆଁ । ଅଚ୍ଛେ ଦିନ୍ କେଉଁ ଯୁଗରେ ଆସିବ ଲୋକେ ଅପେକ୍ଷାରେ ଅଛନ୍ତି । ଆଜି ପେଟ୍ରୋଲ, ଡିଜେଲ ତଥା ଖାଉଟି ଦ୍ରବ୍ୟର ଅହେତୁକ ବୃଦ୍ଧି ପ୍ରତିବାଦରେ ପାଟଣାଗଡ଼ ବର୍ଥଲା ଛକଠାରେ ତିନି ଜଣ ସ୍ବେଛାସେବୀ ଭିନ୍ନ ଢଙ୍ଗରେ ମାହାତ୍ମାଗାନ୍ଧୀଙ୍କ ତିନି ମାଙ୍କଡ଼ ମୁଦ୍ରାରେ ପ୍ରତିବାଦ କରିଛନ୍ତି ।