ପ୍ରତିଦ୍ୱନ୍ଦିତାରେ ଭିନ୍ନକ୍ଷମ ସୁମନ୍ତ ନାହାକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଏନ୍.ଏ.ସି.ର ୧୩ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ସୁମନ୍ତ କୁମାର ନାହାକ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିର୍ବାଚନରେ ଜଣେ ୱାର୍ଡର ପ୍ରାର୍ଥୀ ହୋଇ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ଜଣେ ଜନସେବା କେନ୍ଦ୍ର କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ଜଣେ କାଉନ୍ସିଲର ହେଲେ ସେ ଅନେକ ଗରୀବଙ୍କ ସେବା କରିବି ବୋଲି ଆଶା ରଖିଛନ୍ତି । ନବୀନ ସରକାରଙ୍କ ଯୋଜନାକୁ ଲୋକଙ୍କ ଆଗରେ ପହଞ୍ଚାଇ ପ୍ରଚାର ଦମଦାର କରି ଏସ୍.ଏଚ.ଜି.ମହିଳା ସଂଗଠନ, ଯୁବସମାଜକୁ ଏକତ୍ରିକରଣ କରି ପ୍ରତିଦ୍ୱନ୍ଦିତାରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଆସିଛନ୍ତି । ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିର୍ବାଚନ ମଇଦାନରେ ଲଢ଼େଇ କରିବାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମସ୍ତେ ସକ୍ଷମ ମୁଁ ବି ସକ୍ଷମ ବୋଲି ଏକ ଉଦାହରଣ ଦର୍ଶାଇ ନିଆରା ପାରଦର୍ଶିତା ପ୍ରତିପାଦନ କରି ଆସିଛନ୍ତି ।

Leave A Reply

Your email address will not be published.