
ବଲାଙ୍ଗିର, (କେପିଏନ୍ଏସ୍) : ଦିନକୁ ଦିନ ସହରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ତଦନୁରୂପ କାର୍ଯ୍ୟାନୁଷ୍ଠାନ ବଢ଼ି ଚାଲିଛି । ତଥାପି ଥମିବାର ନା ନେଉନାହିଁ ଅପରାଧ । ତେବେ ଗତକାଲି ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲଠାରେ ପୋଲିସ ଫାଣ୍ଡି ଥିବା ସତ୍ତେ୍ୱ ଦିନ ଦ୍ୱିପହରରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଜୋର୍ ଜବର୍ଦସ୍ତ କରି ପର୍ସ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଲୁଟ୍ର ଶିକାର ହୋଇଥିବା ସଂପର୍କୀୟ ଜଣକ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।