ଯୋୟା ଇ-ବାଇକ ସୋ’ ରୁମ୍‌ରେ ଇଣ୍ଡଷ୍ଟ୍ରି ଭିଜିଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଝରମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଇଣ୍ଡଷ୍ଟ୍ରି ଭିଜିଟରେ ସହର ସ୍ଥିତ ଯୋୟା ଇ-ବାଇକ୍ ସୋ’ ରୁମ୍‌କୁ ଆସିଛନ୍ତି । ଛାତ୍ରମାନେ ସ୍କୁଲର ଶିକ୍ଷକ ଅଭିନାଶ ସିଂ ଏବଂ କପିଳାଶ କୁମ୍ଭାରଙ୍କ ସହ ଏହି ଇଣ୍ଡଷ୍ଟ୍ରି ଭିଜିଟରେ ଆସିଥିବା ବେଳେ ସେମାନେ ଯୋୟା ବାଇକ୍ ସୋ’ ରୁମ୍‌ରେ ଥିବା ବିଭିନ୍ନ ପ୍ରକାରର ଇଲେକ୍ଟ୍ରି ସ୍କୁଟି ଦେଖିଥିଲେ ଓ ତାହା ବିଷୟରେ ଅଧିକ ଜାଣିଥିଲେ । ଏହି ସମୟରେ ଯୋୟା ଇ-ବାଇକ୍ କମ୍ପାନୀର ଏଏସ୍ଏମ୍ ନବକିଶୋର ମହାନ୍ତି, ସୋ’ ରୁମ୍‌ର ମାଲିକ ବିଶ୍ୱଜିତ୍ ତ୍ରିପାଠୀ ଏବଂ ସହାୟକ କର୍ମଚାରୀ ଜିତେନ୍ଦ୍ର କୁଅଁର, ଦେବାଶିଷ, ପୋଢ଼, ବୈଷ୍ଣବୀ ହରପାଲ ଏବଂ ଟେକ୍ନିସିଆନ୍ ସରୋଜ ଠାକୁର ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଯୋୟା ଇ-ବାଇକ୍ ସମ୍ପର୍କରେ ଅଧିକ ବୁଝାଇଥିଲେ ।

Leave A Reply

Your email address will not be published.