ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧସ୍ଥ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ପ୍ରବଳ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶୈବପୀଠ ଓ ଦେବାଳୟମାନଙ୍କରେ ଗତକାଲି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କରୋନା କଟକଣା ଲାଗିଥିବା ହେତୁ ଗତ ଦୁଇବର୍ଷ ମଧ୍ୟରେ ମହାଶିବରାତ୍ରି ଓ ଜାଗର ପାଳିତ ହୋଇନଥିଲା । ଚଳିତବର୍ଷ ମହାଶିବରାତ୍ରି ଓ ଜାଗର ମେଳା ଉତ୍ସବମୁଖର ହୋଇଉଠିଛି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜିଲ୍ଲାର କୋଣଅନୁକୋଣରୁ ଏଠାକୁ ପ୍ରତିବର୍ଷ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ବଙ୍ଗୋପସାଗରର କୂଳତଟ ଅର୍ଥାତ ଗୋପାଳପୁର ବେଳାଭୂମି ନିକଟ ଗୋଳାବନ୍ଧ ଠାରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ୩୦ ହଜାର ଜନସମାଗମ ହୋଇଥିବା ଆକଳନ କରାଯାଇଛି । ଏହି ମନ୍ଦିରର ସ୍ୱତନ୍ତ୍ର ପ୍ରାସାଦ, ପରିସର ମନ୍ଦିରର ପୂଜାର୍ଚ୍ଚନା ପଦ୍ଧତିରେ ଅନେକ ସ୍ୱାତନ୍ତ୍ର୍ୟ ରହିଛି । ଏଠାକୁ ପ୍ରତିବର୍ଷ ମହାଶିବରାତ୍ରି ଅବସରରେ ଏବଂ ଅନ୍ୟ ଦିନମାନଙ୍କରେ ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି ।

Leave A Reply

Your email address will not be published.

error: Content is protected !!