ଶାନ୍ତିପଡା ଶୈବାଳୟରେ ପ୍ରବଳ ଭିଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଗାଁଠୁ ସହର । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ପ୍ରତ୍ୟୁଷରୁ ଭକ୍ତମାନେ ଆସି ବାବାଙ୍କ ଦର୍ଶନ କରିଛନ୍ତି । ରାସ୍ତାଠାରୁ ମନ୍ଦିର ପର୍ଯ୍ୟନ୍ତ ଲମ୍ବା ଧାଡିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । କୁହାଯାଏ ଆଜିର ଦିନରେ ଦେବଦେବ ମହାଦେବଙ୍କୁ ଦର୍ଶନ କରି ଶିବରାତ୍ରି ଉପବାସ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଣୁ ଭକ୍ତମାନେ ଧର୍ଯ୍ୟର ସହ ଅପେକ୍ଷା କରି ମହାଦେବଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

Leave A Reply

Your email address will not be published.