ସିନ୍‌ ରିକ୍ରିଏସନ୍‌ ବେଲେ ଖୋବ୍‌ ଭିଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତମାନ୍‌କୁ ନେଇ କରି ବଲାଙ୍ଗିର ପୁଲିସ୍‌ ସିନ୍‌ ରିକ୍ରିଏସନ୍‌ କଲା ସମିଆଁ ଥି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଲି ରାଜମନ୍ଦିର ହୋଟେଲ ଆଘେ ଖୋବ୍‌ ଭିଡ଼୍‌ ଦେଖ୍‌ବାର୍‌ କେ ମିଲିଥିଲା । ଗିରଫ୍‌ ହେଇଥିବାର୍‌ ଦୁଇ ଝନ୍‌ ଅଭିଯୁକ୍ତ ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀ ଆର୍‌ ପ୍ରେମ୍‌ ସାହୁକେ କେନ୍‌ତା କରି ଛୁରାମାଡ଼୍‌ କରିଥିଲେ, ଘଟ୍‌ନା ସ୍ଥଲ୍‌ ଥି ପର୍‌ଛା ପର୍‌ଛା ପୁଲିସ୍‌ ଆଘେ କହିଛନ୍‌ ଅଭିଯୁକ୍ତମାନେ । ଶୀତଲଷଷ୍ଠୀ ମହୋତ୍ସବ ସମିଆଁ ଥି ଏନ୍‌ତା ଗୁଟେ ଘଟ୍‌ନା ସାରା ସହର୍‌ କେ ଚହଲେଇ ପକେଇଥିଲା । ସହରର ନରସିଂହ ମନ୍ଦିର ଗଲି ନେ ଗଲା ୨୩ ତାରିଖ୍‌ ରାତିର୍‌ ଶେଷ୍‌ ପହର୍‌ ବେଲ୍‌କେ ଦୁର୍ବୃତ୍ତମାନେ ଗେଟ୍‌ସରୋବରପଡ଼ାର ବିଟ୍ଟୁ ଆର୍‌ ତାକର୍‌ ସାଂଗ କନ୍ଧପାଲିପଡାର ପ୍ରେମ ସାହୁ କେ ନୃଶଂସ ଭାବେ ଛୁରାମାଡ଼ କରିଥିଲେ । ଘଟଣା ଥି ବିଟ୍ଟୁଙ୍କର୍‌ ମୃତ୍ୟୁ ଘଟିଥିଲା । ଗୁରୁତର ଭାବେ ଆହତ ହେଇଥିଲେ କନ୍ଧପାଲିପଡାର ପ୍ରେମ ସାହୁ । ଇ’ ମାମ୍‌ଲା ଥି ବଲାଙ୍ଗିର ପୋଲିସ ଦୁଇ ଝନ୍‌ କେ ଗିରଫ୍‌ କରି ଆଏଜ୍‌ ସିନ୍‌ ରିକ୍ରିଏସନ୍‌ କରିଛେ ।

Leave A Reply

Your email address will not be published.

error: Content is protected !!