ନୂଆଦିଲ୍ଲୀ : ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି ଯେ, ଏହା ବିଜେପିର ଦଳିତ ବିରୋଧୀ ରାଜନୀତିକୁ ପର୍ଦ୍ଦାଫାସ କରୁଛି । ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି ଯେ, “ଦିଲ୍ଲୀ ସରକାରରେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ପ୍ରତ୍ୟେକ ସରକାରୀ କାର୍ଯ୍ୟଳୟରେ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ଲଗାଯାଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି ଫଟୋ ହଟାଇ ଦିଆଯାଇଥିବାରୁ, ଏହାକୁ ନେଇ ବିଧାନସଭାରେ ଏହାର ଦୃଢ଼ ବିରୋଧ କରୁଛି । ଆପ ଦାବି କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଅଛି ।
Prev Post
Next Post