ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜର ସଭାପତି ରୋହିତ ସେଠୀ, ଶିକ୍ଷୟତ୍ରୀ ଗିତାଞଳୀ ପାଣ୍ଡେ ଉପସ୍ଥିତ ଥିଲେ । ପ୍ରକାଶ ସେଠ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିବା ବେଳେ ଆଗଲପୁର ବ୍ଲକର କୈବର୍ତ୍ତ ସମାଜର ସାଂଗଠନିକ ସଂପାଦକ ସୁରେଶ ମହାଲିଙ୍ଗ, ସଭାପତି ପ୍ରେମାନନ୍ଦ ବେହେରା, ଯୁଗ୍ମ ସଂପାଦକ ଗୌତମ ସେଠ, ନିମାଇଁ ଚରଣ ନାଏକ, ପ୍ରମୁଖ ମଂଚାସିନ ଥିଲେ । ସନତ ଦଳେଇ, ସୁଜିତ ବାଗ, ମଦନମୋହନ ସେଠ, କ୍ଷୀରୋଦ ଦଳେଇ, କେଶବ ନାଏକ, ରଂଜନ ମହାଲିଙ୍ଗଙ୍କ ସହ କୈବର୍ତ୍ତ ସମାଜର ଅନେକ ବ୍ୟକ୍ତି ଯୋଗଦେଇଥିବା ସୂଚନା ମିଳିଛି ।
Next Post