କୁଲତା ସମାଜର ଝାରବନ୍ଧ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମର ଧାନମଣ୍ଡି ଠାରେ ନୁଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମାଁ ଝଣ୍ଡା, କଳସ ଶୋଭାଯାତ୍ରା ଓ ବିଶାଳ ଉଚ୍ଚତାର ଜୁଗାର ଶୋଭାଯାତ୍ରାରେ ବାହାରି ନୃତ୍ୟ, ବାଦ୍ୟ, ହୁଳହୁଳି, ହରିବୋଲ ଶବ୍ଦରେ ସମଗ୍ର ଗ୍ରାମ ମୁଖରିତ ହେଉଥିଲା । ବିଶାଳ ପଟୁଆରରେ ସମଗ୍ର ବିଲାସପୁର ଗ୍ରାମ ପରିକ୍ରମା କରି ଧାନମଣ୍ଡିରେ ପହଞ୍ଚିଥିଲେ । ସେଠାରେ କଳସ ସ୍ଥାପନ କରି କୁଲତା ସମାଜର ପୂଝାରୀ ଅଶୋକ ପ୍ରଧାନ ଓ ଗଣେଶ ଭୋଇ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ଓ ବାବା ଵିଶାସହେଙ୍କ ପୂଜାର୍ଚ୍ଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡର ସଭାପତି ଯୋଗେନ୍ଦ୍ର ଭୋଇ, ପୂର୍ଣ୍ଣାନନ୍ଦ ଭୋଇ ସଂପାଦକ, ଗୋବର୍ଦ୍ଧନ ଗଡତିଆ ବୁରୋମୁଣ୍ଡା କେନ୍ଦ୍ର ସଭାପତି, ସମ୍ମାନିତ ଅତିଥି ସଦାନନ୍ଦ ବଢେଇ କନସିଂହା ସଭାପତି, ସନତ ଭୋଇ ଦହିଗାଁ ସଭାପତି, ଲକ୍ଷ୍ମଣ ସମ୍ବଲପୁରୀ ସଭାପତି, ସୁକୁମାର ଦେଉଲି ସଭାପତି, ଦୁବରାଜ ପ୍ରଧାନ ମହୁଲପାଲି କେନ୍ଦ୍ର ସଭାପତି, ନିତ୍ୟାନନ୍ଦ ପ୍ରଧାନ ପାଇକମାଲ କେନ୍ଦ୍ର ସଭାପତି, ଟାଇଲଚନ୍ଦ୍ର ଭୋଇ, ୨୪ତମ ମହାସଭା ସଦସ୍ୟ, ଦିବାକର ପ୍ରଧାନ, ଆନନ୍ଦ ଖମାରି, ଖଗେଶ୍ୱର ସାହୁ ବିଭିନ୍ନ କେନ୍ଦ୍ର ସଭାପତି ଉପସ୍ଥିତ ଥିଲେ । ଛତିଶଗଡରୁ ହରିଚନ୍ଦନ ପ୍ରଧାନ, ଗିରିଧାରୀ ସାହୁ, ମଥାମଣି ବଢେଇ, ସୁବର୍ଦ୍ଧ ପ୍ରଧାନ, ଶ୍ରୀମତୀ ମନ୍ଦାକିନୀ ସାହୁ, ମସାନ କୁଣ୍ଡା, ସଭାପତି ଭୋଲାନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଝାରବନ୍ଧ ବ୍ଲକ କୁଲତା ସମାଜ ସଭାପତି ବାସୁଦେବ ପ୍ରଧାନ, ସଂପାଦକ ଶ୍ୟାମସୁନ୍ଦର ବେହେରା, ତୁଲାରାମ ଭୋଇ ଉପସଭାପତି ଉପେନ୍ଦ୍ର ପ୍ରଧାନ ସହ ସଂପାଦକ, ଗୋପବନ୍ଧୁ ସାହୁ ଗୌଡମାଲ କେନ୍ଦ୍ର, ସଭାପତି, ଆନନ୍ଦ ନାୟକ ସଂପାଦକ, ତୁଳସୀ ରାମ ପ୍ରଧାନ, କୋତନା କେନ୍ଦ୍ର ସଭାପତି, ହେମନ୍ତ ସାହୁ ସଂପାଦକ, ସୁରେନ୍ଦ୍ର ଗଡତିଆ ଛୋଟ ଅନକି କେନ୍ଦ୍ର ସଭାପତି, ହାରାଧନ ପ୍ରଧାନ ଭଣ୍ଡାର ପୁରୀ କେନ୍ଦ୍ର ସଭାପତି ପ୍ରମୁଖ ନୁଆଁଖାଇ ଭେଟ୍‌ଘାଟ୍‌ ଓ ଭାଇଚାରା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମଞ୍ଚକୁ ଆକୃଷ୍ଟ କରିବା ପାଇଁ କୁନି କୁନି ଝିଅମାନେ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲେ । ସମାଜର ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସେହିପରି ସମାଜର ସଫଳ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ସେହି ପରି ସମାଜର ୮୦% ନମ୍ବର ରଖିଥଵା କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ନୁଆଁଖାଇ ଭେଟ୍‌ଘାଟ୍‌ ସଭାକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ କୁଲତା ସମାଜର ବ୍ଲକ ସଂପାଦକ ଶ୍ୟାମସୁନ୍ଦର ବେହେରା ଓ ବିଲାସପୁର ଗ୍ରାମ ପଞ୍ଚାୟତର କୁଲତା ସମାଜର ଯୁବ ସଂଗଠନ, ଛୋଟ ଅନକି ସମିତି ସଭ୍ୟ ସତ୍ୟମ୍ ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!