om academy

ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ । ପର୍ଯ୍ୟଟକମାନ୍‌କୁ ଆକର୍ଷିତ କର୍‌ବାର୍‌ ଲାଗି ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ସୁନ୍ଦର୍‌ କର୍‌ବାର୍‌ ଲାଗି ଅଁଟା ଭିରିଛେ ବଲାଙ୍ଗିର ବନ ବିଭାଗ । ଇ’ ଭିତ୍‌ରେ ଭୀମ୍‌ ଡୁଙ୍ଗୁରୀ କେ ଯିବାର୍‌ ଆସ୍‌ବାର୍‌ କର୍‌ବାର୍‌ ଲାଗି ବାଟ୍‌ଘାଟ୍‌ ଅଏନ୍‌ କରି ସଲ୍‌ଖାବାର୍‌ ସାଙ୍ଗେ ସେନେ ବୋଟିଂ ସୁବିଧା ମିଲି ପାର୍‌ଲା ଉତ୍‌ରୁ ପର୍ଯ୍ୟଟକ ମାନ୍‌କର୍‌ ଭିଡ଼୍‌ ଦେଖ୍‌ବାର୍‌ କେ ମିଲୁଛେ । ଏଛିନ୍‌ ବନ ବିଭାଗ ଆର୍‌ ଗୁଟେ ପାହା ପକେଇଛେ ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ଆକର୍ଷଣୀୟ କର୍‌ବାର୍‌ ଲାଗି । ଭୀମ୍‌ ଡୁଙ୍ଗୁରୀ ନେ ୫୦ ଲାଖ୍‌ ଟଙ୍କା ଖର୍‌ଚା ଥି ବନା ହେଇଥିବାର ଗୁଟେ ଚିଲ୍‌ଡ୍ରେନ୍‌ ପାର୍କ ଉଦ୍‌ଘାଟିତ ହେଇଛେ । ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର୍‌ଙ୍କର ତତ୍ୱାବଧାନ୍‌ ଥି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅତିଥି ଭାବେ ଯୋଗ୍‌ଦାନ୍‌ କରି ଚିଲ୍‌ଡ୍ରେନ୍‌ ପାର୍କ ଉଦ୍‌ଘାଟନ୍‌ କରିଛନ୍‌ । ଇ’ କାର୍ଯ୍ୟକ୍ରମ୍‌ ଥି ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କର ସାଙ୍ଗେ ବଲାଙ୍ଗିର ରେଂଜର୍‌ କେଶବ କିଶୋର ନାଏକ, ଫରେଷ୍ଟର୍‌ ବାବୁଲା ଦାସ ଆର୍‌ ଅଂଚଲ୍‌ ବାସୀ ଉପସ୍ଥିତ ଥିଲେ । ଚିଲ୍‌ଡ୍ରେନ୍‌ ପାର୍କ ସାଙ୍ଗେ ମିଶନ୍‌ ଶକ୍ତିର୍‌ କାଫେ ବି ଉଦ୍‌ଘାଟିତ୍‌ ହେଇଥିଲା । ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର୍‌ ପଞ୍ଚାୟତ ଅଧୀନ୍‌ ଥି ରହିଥିବାର୍‌ ଭୀମ୍‌ ଡୁଙ୍ଗୁରୀ ପାହାଡ଼ ଥି ଗୁର୍‌ଦୁ ଐତିହ୍ୟ ଯୁଡ଼ି ହେଇ ରହିଛେ । ପାହାଡ଼ ଥି ଥିବାର୍‌ ଖୋଲ୍‌ କର୍‌ପନ୍‌ ଗୁମ୍ଫା ପର୍ଯ୍ୟଟକମାନ୍‌କୁ ଖୋବ୍‌ ମଜା ଦଉଛେ । ଭୀମ୍‌ ଡୁଙ୍ଗୁରୀ ତଲେ ତଲେ ରହିଥିବାର୍‌ ବଡ୍‌ ଗଖା ମୁଡ଼ା ଥି ବୋଟିଂର ସୁବିଧା ପାଇ କରି ଖୋବ୍‌ ପର୍ଯ୍ୟଟକ୍‌ ମାନ୍‌କର୍‌ ଇନେ ଭିଡ଼୍‌ ଜମୁଛେ । ଭୀମ୍‌ ଡୁଙ୍ଗୁରୀର୍‌ ମଜା ନେବାର୍‌ କେ ଏଛିନ୍‌ ସଭେ ଗହକି ହଉଥିବାର୍‌ ଦେଖ୍‌ବାର୍‌କେ ମିଲିଛେ ।

Leave A Reply

Your email address will not be published.