centurian jitm

ଦୋଳମୁଣ୍ଡାଇ ଛକରେ ଥିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

nschool

କଟକ : କଟକ ଦୋଳମୁଣ୍ଡାଇ ଛକରେ ଅଗ୍ନିକାଣ୍ଡ । ଛକରେ ଥିବା ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଦୋକାନରେ ଥିବା ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ ସମୟରେ ନିଆଁ ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ଦୋକାନଟି ବନ୍ଦ ହେବା ପରେ ନିଆଁ ଲାଗି ଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.