ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍ର ହିଆଲ ଗ୍ରା:ପ: ଅନ୍ତର୍ଗତ ହିଆଲ ଗାଁର ସୁନ୍ଦରମତି ମାଝି (୭୨) (ସ୍ଵା:୰ଗୋବିନ୍ଦ ମାଝି) ଜଣେ ଆଦିବାସୀ ସଂପ୍ରଦାୟର ନିଃସହାୟ ବିଧବା ବୃଦ୍ଧା । ସଂପୃକ୍ତ ବୃଦ୍ଧା ଅନେକ ଥର ସରପଞ୍ଚଙ୍କୁ ଏବଂ ବ୍ଲକ ପ୍ରଶାସନକୁ ଜଣାଇ ସତ୍ତ୍ୱେ ଏପର୍ୟ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ମାଟି କୁଡିଆରେ ଦିନ କାଟୁଛନ୍ତି ସୁନ୍ଦରମତି । ତାଙ୍କ ବାମ ଗୋଡର ଗୋଇଠିରେ ଆଘାତ ହେବାରୁ ଅନେକ ଡାକ୍ତରୀ ଚିକିତ୍ସା କରି ମଧ୍ୟ ଠିକ୍ ହୋଇ ପାରୁ ନାହାନ୍ତି । ଗତ ୩୦ ବର୍ଷ ହେବ ସ୍ଵାମୀ ଗୋବିନ୍ଦ ମାଝି ଦୁଇ ଝିଅ ଦୁଇ ପୁଅଙ୍କୁ ଓ ନିଜ ସ୍ତ୍ରୀଙ୍କୁ ଛାଡି ଆରପାରିକୁ ସବୁଦିନ ପାଇଁ ଚାଲିଗଲେ । ସୁନ୍ଦରମତି ମାଝି କୁଲି ମଜୁରୀ କରି ନିଜ ପରିବାରକୁ ଭରଣ ପୋଷଣ କରି ଆସୁଥିଲେ । ଏଭଳି ଗରିବ ନିଃସହାୟ ବିଧବାଙ୍କୁ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ମିଳୁ ନଥିବାରୁ ଗ୍ରାମବାସୀ ବୃନ୍ଦ ଅସେନ୍ତାଷ ପ୍ରକାଶ କରିଛନ୍ତି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
Prev Post
Next Post