ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼ : ସାଙ୍ଗସାଥୀ ହୋଇ ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ଗତକାଲି ଏହି ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା ପର୍ଯ୍ୟଟନସ୍ଥଳୀରେ । ସୂଚନା ଅନୁସାରେ, ଝାରସୁଗୁଡ଼ା ବୁରୁମାଲ ଅଞ୍ଚଳର ୨୦ରୁ ୨୫ ଜଣ ଯୁବକ ପିକନିକ୍ ପାଇଁ କନାକୁଣ୍ଡା ଆସିଥିଲେ । ଇବ୍ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ ୨ ଯୁବକ । ପଥର ଚଟାଣରେ ଲାଗି ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଚୂଡ଼ା ମଣି ମେହେର । ୧୭ ବର୍ଷୀୟ ମୁକେଶ ମେହେର ଏବେ ବି ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

Leave A Reply

Your email address will not be published.