ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ସାଙ୍କେତିକ ଭାଷା ଦିବସ ନୀଳାଚଳ ସେବା ପ୍ରତିଷ୍ଠାନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ କନ୍ଦୁରି ଚରଣ ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ସାଙ୍କେତିକ ଭାଷାର ପ୍ରୟୋଗ ଓ ଗୁରୁତ୍ଵ ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସାଙ୍କେତିକ ଭାଷାକୁ ଅନ୍ୟମାନେ ବୁଝିବା ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ସବୁ କ୍ଷେତ୍ରରେ ସହାୟତା କରିବାକୁ ଅନ୍ୟମାନେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । କେନ୍ଦ୍ର ସରକାର ସାଙ୍କେତିକ ଭାଷାକୁ ପାଠ୍ୟକ୍ରମରେ ଏକ ବିଷୟ ରୂପେ ପ୍ରଚଳନ ପାଇଁ ସ୍ବୀକୃତି ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ବକ୍ତାମାନେ ଭିନ୍ନ କ୍ଷମ ବିଦ୍ୟାଳୟର ପିଲାମାନେ ସାଙ୍କେତିକ ଭାବରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପକ ସମୀର କୁମାର ନାୟକ ପି ଏସ୍ ଡି ପି ସ୍କୁଲ ଅଧ୍ୟକ୍ଷ କରୁଣାକର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ସୁଶାନ୍ତ କୁମାର ଭୁଜବଳ ନିହାରିକା ଦଳସିଂହ ରିନମଣି ସାମନ୍ତରାୟ, ମାନସ କୁମାର ପରିଡ଼ା ଛବିରାଣୀ ଛୋଟରାୟ, ମିଳନ ମାର୍ଥାଳ, ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ସୁଶାନ୍ତ କୁମାର ବଳିଆର ସିଂହ ମଞ୍ଚ ପରିଚାଳନା କରିଥିଲେ ।