jayashree

ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ । ସୂଚନା ଅନୁସାରେ ଗତ ଏକ ମାସ ତଳେ ରୀନା ସାହୁ(୩୨) ସାଲେପାଲିର ଶିବ ସାହୁଙ୍କୁ ବିବାହ କରିଥିଲେ । ହେଲେ ବିବାହକୁ ଏକ ମାସ ନ ପୂରୁଣୁୁ ମଦ୍ୟପ ସ୍ୱାମୀର ଅତ୍ୟାଚାର ଆରମ୍ଭ ହୋଇଯାଇଛି । ରୀନାଙ୍କ ହାତରୁ ମେହେନ୍ଦି ନ ଛାଡୁଣୁ ତାଙ୍କ ସ୍ୱାମୀ ଶିବ ସାହୁ ପ୍ରଚୁର ପରିମାଣରେ ମଦ୍ୟପାନ କରି ଘରକୁ ଆସି ରୀନାଙ୍କୁ ମାଡ ମାରିଥିଲେ । ଫଳରେ ରୀନାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.