centurian jitm

ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ : ଭାରତର ୨୪ ସହରକୁ କରିଥିଲା ଟାର୍ଗେଟ୍

ନୂଆଦିଲ୍ଲୀ : ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି । ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା । ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ଅନେକ ସହରକୁ ନିଶାଣ କରି ୫୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି । ହେଲେ ଭାରତୀୟ ସେନା ଓ ବାୟୁସେନା ପାକିସ୍ତାନର ଡ୍ରୋନ ହମଲାକୁ ବିଫଳ କରିଛନ୍ତି । ଏଥିପାଇଁ ଭାରତୀୟ ସେନା ଏଲ ୭୦, ଜେଡୟୁ-୨୩, ସିଲକା ଓ ଆକାଶ ସହିତ ବିଭିନ୍ନ ଆଣ୍ଟି-ମିସାଇଲ ସିଷ୍ଟମର ବ୍ୟବହାର କରିଛି । ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଅଧିକାଂଶ ସଶସ୍ତ୍ର ବିହୀନ ଡ୍ରୋନ ମାଡ଼ କରାଯିବାର ଉଦ୍ଦେଶ୍ୟ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା କିମ୍ବା ଭାରତୀୟ ସାମରିକ କେନ୍ଦ୍ରର ଗୁଇନ୍ଦା ସୂଚନା ସଂଗ୍ରହ କରିବା ହୋଇପାରେ । ଉଲ୍ଲେଖନୀୟ ମେ ୬-୭ ତାରିଖ ରାତିରେ ଭାରତ ସାମରିକ ଅଭିଯାନ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏଥିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ସ୍ଥିତ ୯ ଆତଙ୍କବାଦୀ କେନ୍ଦ୍ରକୁ ନଷ୍ଟ କରାଯାଇଥିଲା । ଏପ୍ରିଲ ୨୨ ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥି ସିଂଙ୍କ ସ୍ପଷ୍ଟ ଭାବେ କହିଛନ୍ତି, ଭାରତର ସାର୍ବଭୌମତ୍ଵ ସୁରକ୍ଷାରେ କୌଣସି ବି ସୀମା ବାଧକ ସାଜିବ ନାହିଁ । ରାଷ୍ଟ୍ର ସବୁ ପ୍ରକାରର ଜବାବ ଦେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ । ରାଜନାଥ ସିଂ ତିନି ସେନା ମୁଖ୍ୟ ଓ ଚିଫ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ସହ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଯୁଦ୍ଧ ସ୍ଥିତି ବ୍ୟାପକ ସମୀକ୍ଷା କରାଯାଇଛି । ଭାରତୀୟ ସେନା ପାକିସ୍ତାନର ସମସ୍ତ ଉଦ୍ୟମ ବିଫଳ କରିବା ସହ ଶତ୍ରୁ ପକ୍ଷର ତିନୋଟି ଯୁଦ୍ଧ ଜାହାଜ ମାରି ଖସାଇବା ଥିବା ବୈଠକେରେ ଆଲୋଚନା ହୋଇଛି । ଅପରେସନ ସିନ୍ଦୂର ବିଷୟରେ ରାଜନାତ ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.