“ଆମେ ଓଡ଼ିଆ ଭାରି ବଢ଼ିଆ”

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ସମେତ ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ପରେ ପରେ ଓଡିଶାର ବରପୁତ୍ର ମାନଙ୍କ ଫୋଟଚିତ୍ର ମାନଙ୍କରେ ପୁଷ୍ପ ତଥା ମାଲ୍ୟାର୍ପଣ କରିଥିଲେ । ଏହି ବର୍ଣ୍ଣ।ଢ୍ୟ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ଅଭିଭାଷଣ, ଛାତ୍ରୀ ଅପର୍ଣ୍ଣା ସାହୁଙ୍କ ମଧୁର ବକ୍ତବ୍ୟ, ଛାତ୍ରୀ ଏଲିସା ସ୍ୱାଇଁଙ୍କ କବିତା ପାଠ, ସମ୍ବଲପୁରୀ ନୃତ୍ୟ ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ନୃତ୍ୟ ବେଷଣ, ଓଡିଶାର ପର୍ବପର୍ବାଣିକୁ ନେଇ ଶିକ୍ଷୟିତ୍ରୀ ମାନଙ୍କର ଉପସ୍ଥାପନା ଉପରେ ଭିଡ଼ିଓ ପ୍ରଦର୍ଶନ ତଥା ବରିଷ୍ଠ ଶିକ୍ଷୟିତ୍ରୀ ସ୍ମିତା ସୁଚରିତାଙ୍କ ତତ୍ୱାବଧାନରେ ଛାତ୍ରୀ ସାଇନା ନନ୍ଦ ଏବଂ ଛାତ୍ର ଆର୍ଯ୍ୟବ୍ରତ ବଳଙ୍କ “ଦାସକାଠିଆ”ପରିବେଷଣ ଥିଲା ଅତ୍ୟନ୍ତ ନିଆରା । ପରିଶେଷରେ ଅଧ୍ୟକ୍ଷ ମହାଶୟଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ସମସ୍ତଙ୍କୁ ଉତ୍ସାହିତ କରିଥିଲା । ସମ୍ପୂର୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ ଦ୍ୱୟ ଆଦ୍ୟାଶା ଏବଂ ବୈଷ୍ଣବୀ । ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷକ ଏସ. କେ ପଣ୍ଡା ।

jittmm
Leave A Reply

Your email address will not be published.