ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ରାଉରକେଲାକୁ ହରାଇ ସେମିରେ ରାଞ୍ଚି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଚତୁର୍ଥ ଦିନରେ ରାଉରକେଲାକୁ ହରାଇ ରାଞ୍ଚି ମେକନ (ଝାଡ଼ଖଣ୍ଡ) ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବରେ ସୌଦାଗର ସାହୁ ଓ ଡ଼ଃ. ରୁଦ୍ରମଣୀ ବେହେରା ଯୋଗଦେଇ ଖେଳ ଉଦଘାଟନ କରି ଖେଳ ଶୁଭାରମ୍ଭ କରିଥିଲେ । ରାଞ୍ଚି ମେକନ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ । ଆକାଶ ସିଂ ୫୧, କୁମାର ଶାନ୍ତାନୁ ୩୭ ଓ ଅନିବନ ଚାଟାର୍ଜୀ ୨୬ ରନ ସଂଗ୍ରହ କରିଥିଲେ । ରାଉରକେଲା ଦଳରୁ ଜନତ ମହାନ୍ତି, ପରମଜିତ ସିଂ ୩ ୱିକେଟ ଲେଖାଏଁ ନେଇଥିବା ବେଳେ ଆକାଶ କୁମାର ଠାକୁର ୨ ୱିକେଟ ନେଇଥିଲେ । ୧୮୩ ରନ ବିଜୟ ଲକ୍ଷ୍ୟ ନେଇ ରାଉରକେଲା ଦଳ ନିର୍ଦ୍ଧାରିତ ୨୦ ଓଭର ୭ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରି ୨୭ ରନରେ ପରାଜିତ ହୋଇଥିଲେ । ଦଳ ପକ୍ଷରୁ ବ୍ୟାସଦେବ ବେହେରା ୫୦, ସୌରଭ କୁନ୍ଦୁ ୩୦, ସତିଶ ମିଞ୍ଜ ଓ ସତିଶ କଂସାରୀ ୧୮ ରନ ଲେଖାଏଁ କରିଥିଲେ । ରାଞ୍ଚି ଦଳରୁ ଅନୁଜ ସିଂ ୩, ନବଜୋତ ସିଂ ବାଜ୍ୱା ୨, ସୁମିତ ସୌରଭ ଓ ଅନିବନ ଚାଟାର୍ଜୀ ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ସଞ୍ଜୟ ନାୟକ ଓ ଓସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ, ପ୍ରମୋଦ ଦାସ, ଧିରେଶ କୁମାର ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ, ତେଜରାଜ ଠାକୁର ଓ ଥବୀର ଦୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ହେମସାଗର ସାହୁ, ପ୍ରଶାନ୍ତ ସାହୁ, ରୋହିତ ସାହୁ, ଆନନ୍ଦ ସାହୁ, ସ୍ୱତନ୍ତ୍ର ସାହୁ ଯୋଗ ଦେଇ ରାଞ୍ଚି ଦଳର ଆକାଶ ସିଂଙ୍କୁ ପ୍ଳେୟାର ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଉପଦେଷ୍ଟା ପ୍ରମୋଦ ସାହୁ, ଜୁନିୟର ପ୍ରଶାନ୍ତ ସାହୁ, ସୁଶାନ୍ତ କୁମାର ସାହୁ, ମଣ୍ଟୁ ସାହୁ, ନରେଶ ସାହୁ, ବିନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ବେଳେ ଆଦର୍ଶ ସାହୁ, ଆକାଶ ସାହୁ, ଦୀପକ ସାହୁ, ଜୟକିଶୋର ସୁନା, ରୂପକ ସେଠ, ସୁପିନ ସାହୁ, ସତ୍ୟ ସାହୁ, ପୁସ୍ତମ ବଗର୍ତ୍ତି, ଋଷଭ ସାହୁ, ବିକାଶ ବେହେରା, ବିଳାଶ ବେହେରା, ପିଙ୍କୁ ସେଠ, ପ୍ରକାଶ ସେଠ, ସୁରଜ ସାହୁ, ଅନୁପମ ସାହୁ ପରିଚାଳନା ସହଯୋଗ କରିଥିଲେ । ଆସନ୍ତାକାଲି ଝାରସୁଗୁଡ଼ା ପ୍ରୋଗେସିଭ ଓ ହୁଗୁଳି (କୋଲକାତା) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ପ୍ରମୋଦ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.