oom

ବଲାଙ୍ଗିର ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ । ବଲାଙ୍ଗିର ପଥରଚେପା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର ସାଙ୍ଗଠନିକ ବୈଠକରେ ଯୋଗଦେଇ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଦଳର କାର୍ୟ୍ୟକର୍ତା ମାନଙ୍କୁ ସାଙ୍ଗଠନିକ କାର୍ଯ୍ୟକଳାପ ବିଷୟରେ ଅଭିଭାଷଣ ଦେଇଥିଲେ । ଏହି ସାଙ୍ଗଠନିକ କାର୍ୟ୍ୟକ୍ରମ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ପରିଚାଳନା କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ବଲାଙ୍ଗିର ଜିଲ୍ଲା ପୂର୍ବତନ ବିଜେପି ସଭାପତି ଶିବାଜୀ ମହାନ୍ତି, ବରିଷ୍‌ଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଅମିତସିଂ ନିନା । କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି ମହିଳା କାର୍ୟ୍ୟକର୍ତା ଓ ବିଜେପି ବରିଷ୍ଠ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.