ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା ଡବ୍ଲୁଇଡିଓର ଭାରତ ପାଇଁ ଆମ୍ବାସଡର ମନୋନୀତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା ଡବ୍ଲୁଇଡିଓ (Women entrepreneur’s day organization)ର ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି ।

ଆନ୍ତର୍ଜାତିକ ଜାତିସଙ୍ଘ ଦ୍ୱାରା ସ୍ୱୀକୃତ ତଥା ବିଶ୍ୱର ୧୪୪ ଦେଶରେ ପରିବ୍ୟାପ୍ତ ଉକ୍ତ ସଂସ୍ଥା ମହିଳା ମାନଙ୍କ ମାଧ୍ୟମରେ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ ପାଇଁ କାମ କରୁଛନ୍ତି । ନ୍ୟୁୟର୍କରେ ଅବସ୍ଥାପିତ ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ୱେଣ୍ଡି ଡାଇମଣ୍ଡ ଅଛନ୍ତି । ଉକ୍ତ ସଂସ୍ଥାରେ ଏସିଆ ମୁଖ୍ୟ ଡ.ନିଶା କୋହିଲିଙ୍କ ସହ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ମହିଳା ମାନଙ୍କ ବିକାଶ ପାଇଁ ଭାରତ ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ପରିଚୟ ଫାଉଣ୍ଡେସନ ଜରିଆରେ ଡ଼. ମିଶ୍ର ଦୀର୍ଘ ପନ୍ଦର ବର୍ଷ ଧରି ଭାରତର ବିଭିନ୍ନ ପ୍ରାନ୍ତରେ ମହିଳା ମାନଙ୍କ ବିକାଶ କ୍ଷେତ୍ରରେ କାର୍ୟ୍ୟ କରିଥିବାରୁ ଏହି ପ୍ରଖ୍ୟାତ ଆନ୍ତର୍ଜାତିକ ସଂସ୍ଥାର ଦୃଷ୍ଟି ଗୋଚର ହୋଇଥିଲେ । ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.