om academy

ଆସନ୍ତା ୨୭ରେ କୃଷକ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

jsm
  • ବଲାଙ୍ଗିର ଠାରେ ଜୋରଦାର ହେବ ପାଳନ, ଅଖଚକ ଦୋକାନ ବଜାର ସବୁ ହେବ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରାକୁ ଆସନ୍ତା ୨୭ ତାରିଖରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜୋରଦାର ଭାବେ ପାଳନ କରାଯିବା ସୂଚନା ମିଳିଛି । ନବନିର୍ମିତ ମିଳିତ କୃଷକ ସଂଗଠନର ନେତୃତ୍ୱ କ୍ରମେ ଜିଲ୍ଲାରେ ଦୋକାନ ବଜାର ଅଖଚକ ଗାଡି ମଟର ବନ୍ଦ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ କୃଷକ ସଂଗଠନ ସୂଚନା ଦେଇଛି । ତେବେ ଏହି ଆନ୍ଦୋଳନରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯିବ ବୋଲି ସଂଗଠନ ସ୍ପଷ୍ଟ କରିଛି । କେନ୍ଦ୍ରର ମୋଦୀ ସରକାର କରୋନା ଆଳରେ ହଠାତ କୃଷି ବିଲ ପାସ କରି ଦେଇଥିଲେ । ଯାହକୁ ଚାଷୀକୁଳ ରୋଖଠୋକ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ବିଲ ବାପିସ ନେବାକୁ ଅନ୍ଦୋଳନ କରିଥିଲେ । ସୂଚନା ଅନୁସାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଗତ ୯ ମାସ ଧରି ଏହି ଆନ୍ଦୋଳନ ଚାଲୁ ରହିଛି । ଯେଉଁଥିରେ ଏଯାଏଁ ୭୦୦ରୁ ଅଧିକ କୃଷକ ନିଜର ପ୍ରାଣବଳୀ ଦେଇ ସାରିଛନ୍ତି । ତା’ ସତ୍ୱେ କେନ୍ଦ୍ର ସରକାର କୃଷକମାନଙ୍କ ଗୁହାରି ଶୁଣିବା ପରିବର୍ତ୍ତେ ନିଜ ପୁଞ୍ଜିପତି ମିତ୍ର ମାନଙ୍କ ହାତରେ ଚାଷୀକୁଳଙ୍କ ଭବିଷ୍ୟତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । କରୋନା ଖସିଲା ପରେ ଏବେ ଆମ ଅଂଚଳର ଚାଷୀମାନେ ଏହି କଳା କୃଷି ଆଇନ ବିରୁଦ୍ଧରେ ଚେତିଛନ୍ତି ବୋଲି ମତ ପ୍ରକାଶ ପାଉଛି । ଆଗାମୀ ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିର ଓ ସୋନପୁର ଠାରେ ଏକତ୍ରିତ ହୋଇ ଜୋରଦାର ଭାବେ ପାଳନ କରିବାକୁ ଆହ୍ୱାନ କରିଛନ୍ତି । ସେହିପରି ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ସଂମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହିତ ଚାଷୀମାନଙ୍କୁ ଇନପୁଟ ସବସିଡି ପ୍ରଦାନ କରିବାକୁ ସଂଗଠନ ଦାବୀ କରିଛି । ଆହୁରି ମଧ୍ୟ ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସର୍ବ ଭାରତୀୟ ବନ୍ଦକୁ ନବୀନ ସରକାର ମଧ୍ୟ ସମର୍ଥନ କରିବାକୁ ସଂଗଠନ ଆହ୍ୱାନ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ମିଳିତ କୃଷକ ସଂଗଠନ ପକ୍ଷରୁ ଚାଷୀନେତା ଯତି ପ୍ରଧାନ, ଚଗଲା ପରିଚ୍ଛା, ଆକାଶ ମିଶ୍ର, ଅରୁଣ ମିଶ୍ର, ମୃତ୍ୟଞ୍ଜୟ ମିଶ୍ର ଓ ରାମ ନାରାୟଣ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.