centurian jitm

ଭାରତ ବନ୍ଦର ଦ୍ୱିତୀୟ ଦିନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନରେ ମଧ୍ୟ ସଂଗଠନର ପୂର୍ବ ଘୋଷଣା ଅନୁଯାୟୀ ଦୋକାନ ଏବଂ ବସ ଟ୍ରକ ଛାଡି ଆନ୍ୟାନ୍ୟ ସମସ୍ତ ସରକାରୀ ଅଫିସ ପ୍ରତିଷ୍ଠାନ, ବ୍ୟାଙ୍କ, ବୀମା, କୋର୍ଟ କଚେରୀ ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଆଜି ସକାଳେ ୟୁନାଇଡେଟ୍‌ ଟ୍ରେଡ ୟୁନିୟନସ୍‌ ଅଫ୍‌ ବଲାଙ୍ଗିରର କର୍ମକର୍ତ୍ତାମାନେ ବିଭିନ୍ନ ଅଫିସ, ସିଭିଲକୋର୍ଟ ଆଦି ଯାଇ ପିକେଟିଂ କରିଥିଲେ । ଏଥିରେ ଆଜି ମଧ୍ୟ ଶହ ଶହ ଆଶା କର୍ମୀମାନେ ପିକେଟିଂରେ ସାମିଲ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରିଥିଲେ । ୟୁନାଇଡେଟ୍‌ ଟ୍ରେଡ୍‌ ୟୁନିୟନର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନ, ସଂପାଦକ ଉମି ଗୁଣ୍ଡା, ସଂଯୋଜିକା ସାସ୍ୱତା ଦାଶ, ମମତା କଚ୍ଛପ, କୁମଦିନି ବାଗ, ମିନାକ୍ଷୀ ଜେନା, ମମତା ବାଗ, ପ୍ରଭାସିନି ରାୟ, ସରସ୍ୱତୀ ଗଡୁଆ, ତୁଳସି ପ୍ରଧାନ, ସୁନିଲ ଭୋଇ, ବିପିନ କୁଶଲିଆ, ଦୁର୍ଯ୍ୟୋଧନ ବିଶ୍ୱାଲ, ସାଇବୁ ନନ୍ଦ, ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁ, ପ୍ରୀତମ ଠାକୁର, ଆଲୋକ ବିଶ୍ୱାଲ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ପୁଞ୍ଜିପତି ପ୍ରୀତି ଓ ଶ୍ରମିକ ମାରଣ ନୀତିର ତିବ୍ର ବିରୋଧ କରିଥିଲେ । ଶ୍ରମିକ ସଂଗଠନଙ୍କର ୧୨ ଦଫା ଦାବୀ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ପ୍ରମୁଖ ଦାବୀ ଯଥା ସ୍କିମ ଶ୍ରମିକ, ଠିକା ଓ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା, ସାମାଜିକ ନିରାପତ୍ତା ତଥା ପେନ୍‌ସନ୍‌ ଯୋଜନାରେ ଅନ୍ତଭୁକ୍ତ କରିବା ପାଇଁ, ଦରଦାମ ବିରୁଦ୍ଧରେ ତଥା ବେକାରୀଙ୍କୁ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ଘରୋଇକରଣ ବିରୁଦ୍ଧରେ ଗର୍ଜିଥିଲେ । ସମାଜର ଧନୀକ ଶ୍ରେଣୀ ଉପରେ ଅଧିକ ବସାଇ ଆୟକର ଦେଇ ପାରୁ ନ ଥିବା ପ୍ରତି ପରିବାରକୁ ମାସକୁ ୭୫୦୦ ଟଙ୍କା ଅନୁଦାନ ଯୋଗାଇ ଦେବା ପାଇଁ ମଧ୍ୟ ଦାବୀ କରାଯାଇଥିଲା ।

Leave A Reply

Your email address will not be published.