ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଦଶନ୍ଧି ପୂର୍ବରୁ ଭାରତରେ ଅଭିନବ ଉଦ୍ଭାବନର ଅଭାବ ନଥିଲା, ବରଂ ନୂଆ କ୍ଷେତ୍ରର ବିକାଶ ପାଇଁ ଉପଯୁକ୍ତ ମାର୍ଗ ଓ ସୁଯୋଗ ନଥିଲା। ଷ୍ଟାର୍ଟଅପ୍ ଇଣ୍ଡିଆ ଏହି ପରିଦୃଶ୍ୟରେ ମୌଳିକ ପରିବର୍ତ୍ତନ ଆଣିଛି। ଏବେ ପ୍ରତିରକ୍ଷା ଓ ମହାକାଶ ଠାରୁ ଆରମ୍ଭ କରି ଏଆଇ ଓ କୃଷି ପ୍ରଯୁକ୍ତି ପର୍ୟ୍ୟନ୍ତ ଭାରତ ଏବେ ନୂଆ କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରୁଛି ।
ଷ୍ଟାର୍ଟଅପ୍ ଇଣ୍ଡିଆ ବ୍ୟାପକ ଢାଞ୍ଚାଗତ ପ୍ରଭାବ ପକାଇଛି। ୨୦୧୪ରେ ଷ୍ଟାର୍ଟଅପଗୁଡ଼ିକର ସ୍ଥିତି ବିଚ୍ଛିନ୍ନ ହୋଇ ରହିଥିବା ବେଳେ ବର୍ତ୍ତମାନ ଦେଶରେ ୨.୦୯ ଲକ୍ଷରୁ ଅଧିକ ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଅଛନ୍ତି । ଏଗୁଡ଼ିକ ୨୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହିତ ବାର୍ଷିକ ୧୨-୧୫% ହାରରେ ଅଭିବୃଦ୍ଧି ହାସଲ କରି ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି । ୨୦୨୫ରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୪୪ ହଜାର ଷ୍ଟାର୍ଟଅପ୍ ଆରମ୍ଭ ହୋଇଥିଲା। ଷ୍ଟାର୍ଟଅପ୍ର ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ସ୍ଥିରତା ଆସିଛି । ନୂଆ କ୍ଷେତ୍ରଗୁଡ଼ିକ ଆତ୍ମବିଶ୍ୱାସର ସହିତ ବିକଶିତ ହେଉଛନ୍ତି ।
୯୪୫ କୋଟି ଟଙ୍କାର ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ଯୋଜନା ନୂଆ ଫାର୍ମଗୁଡ଼ିକୁ ପ୍ରୋଟୋଟାଇପରୁ ବଜାର ପ୍ରବେଶର ସୁଯୋଗ ଦେଇଛି, ବିଶେଷ କରି ସେହି କ୍ଷେତ୍ରରେ ଯେଉଁଠି ଘରୋଇ ପୁଞ୍ଜି ବିଳମ୍ବରେ ଆସିଥାଏ। ୧୦ ହଜାର କୋଟି ଟଙ୍କାର ପାଣ୍ଠି ସହିତ ଏସଆଇଡିବିଆଇ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଫଣ୍ଡ ଅଫ୍ ଫଣ୍ଡ୍ ଏହି କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି । ସରକାର ଏଆଇଏଫ ନିୟନ୍ତ୍ରିତ ନିବେଶ ଜରିଆରେ ୨୨,୯୦୦ କୋଟି ଟଙ୍କାରୁ ଅଧିକ ଡାଉନଷ୍ଟ୍ରିମ୍ ପୁଞ୍ଜି ସୃଷ୍ଟି କରିବା ସହିତ ୧୨୭୦ରୁ ଅଧିକ ଷ୍ଟାର୍ଟଅପକୁ ପ୍ରଯୁକ୍ତି, ଉତ୍ପାଦନ ଏବଂ ଡିପଟେକ୍ କ୍ଷେତ୍ରରେ ସହାୟତା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଦେଶରେ ଏକ ହଜାରରୁ ଅଧିକ ଷ୍ଟାର୍ଟଅପ୍ ଡ୍ରୋନ୍, ନିରୀକ୍ଷଣ ପ୍ରଣାଳୀ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ଆଧୁନିକ ଉପକରଣ କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି । ଆଇଡେକ୍ସ ବ୍ୟବସ୍ଥାରେ ଷ୍ଟାର୍ଟଅପଗୁଡ଼ିକୁ ପାଣ୍ଠି ସହିତ ପ୍ରାୟ ୪୦୦ରୁ ଅଧିକ ପ୍ରକଳ୍ପ ଦାୟିତ୍ୱ ଦିଆଯାଇଛି । ଇନସ୍ପେସ୍ର ଗଠନ ସହିତ ମହାକାଶ କ୍ଷେତ୍ରରେ ୩୮୦ରୁ ଅଧିକ ଷ୍ଟାର୍ଟଅପ୍ ଫାର୍ମ ଉତକ୍ଷେପଣ ଯାନ, ଉପଗ୍ରହ, ପ୍ରପଲ୍ସନ ପ୍ରଣାଳୀ, ଡାଉନଷ୍ଟ୍ରିମ ଆପ୍ଲିକେସନ ଆଦି କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି । ସରକାର ୧୩,୪୧୬ କୋଟି ଟଙ୍କାର ମହାକାଶ ବଜେଟ୍ ଏବଂ ୧ ହଜାର କୋଟି ଟଙ୍କାର ଭେଞ୍ଚର ପାଣ୍ଠି ସହିତ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।
କୃଷି-ସ୍ତରୀୟ ନିଷ୍ପତ୍ତି ଉପକରଣ ଠାରୁ ଆରମ୍ଭ କରି ଲଜିଷ୍ଟିକ୍ସ, କ୍ରେଡିଟ୍ ଏବଂ ଡିଜିଟାଲ୍ ବଜାର ପର୍ୟ୍ୟନ୍ତ ପ୍ରାୟ ୫,୦୦୦ ଏଗ୍ରିଟେକ୍ ଷ୍ଟାର୍ଟଅପ୍ ବର୍ତ୍ତମାନ ମୂଲ୍ୟ ଶୃଙ୍ଖଳାରେ କାର୍ୟ୍ୟ କରୁଛନ୍ତି । ୭୩୫ରୁ ଅଧିକ ପାଣ୍ଠିପ୍ରାପ୍ତ ଏଗ୍ରିଟେକ୍ ଫାର୍ମଗୁଡ଼ିକ ୬.୪ ବିଲିୟନ ଡଲାରରୁ ଅଧିକ ସଂଗ୍ରହ କରିଛନ୍ତି ଏବଂ ୨୦୨୬ ସୁଦ୍ଧା ଏହି କ୍ଷେତ୍ରର ବଜାର ମୂଲ୍ୟ ୨୪ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଗତ ବର୍ଷ ଆରମ୍ଭ ହୋଇଥିବା ପ୍ରାୟ ୮୯ ପ୍ରତିଶତ ନୂତନ ଷ୍ଟାର୍ଟଅପ୍ ସେମାନଙ୍କର ଉତ୍ପାଦ କିମ୍ବା ସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସାମିଲ କରିଛନ୍ତି । ଭାରତରେ ବର୍ତ୍ତମାନ ପ୍ରାୟ ୯୦୦ ଜେନେରେଟିଭ୍ ଏଆଇ ଷ୍ଟାର୍ଟଅପ୍ ଅଛି, ଫଳରେ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜେନ୍ ଏଆଇ କେନ୍ଦ୍ରରେ ପରିଣତ ହୋଇଛି ।
୨୦୨୫ର ଷ୍ଟାର୍ଟଅପ୍ ମହାକୁମ୍ଭରେ ସରକାରୀ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ, ୩୦,୦୦୦ରୁ ଅଧିକ ଷ୍ଟାର୍ଟଅପ୍ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ସେବା ଏବଂ ଉତ୍ପାଦନ କ୍ଷେତ୍ରରେ ୩୮,୫୦୦ କୋଟିରୁ ଅଧିକ ମୂଲ୍ୟର କାରବାର କରିଛନ୍ତି । ସରକାରୀ କ୍ରୟ ନୂତନ ଉଦ୍ଭାବନ ଏବଂ ରାଜସ୍ୱ ମଧ୍ୟରେ ଏକ ସେତୁ ପାଲଟିଛି। ଘରୋଇ କ୍ରେତାମାନେ ସତର୍କତାର ସହିତ ଯେଉଁ କ୍ଷେତ୍ରଗୁଡ଼ିକରେ ସମ୍ପୃକ୍ତ ରହୁଛନ୍ତି ସେହି କ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ହୋଇଛି । ଷ୍ଟାର୍ଟଅପ୍ ଇଣ୍ଡିଆର ସବୁଠାରୁ ସ୍ଥାୟୀ ଅବଦାନ କେବଳ ଷ୍ଟାର୍ଟଅପ୍ଗୁଡ଼ିକର ସଂଖ୍ୟା ନୁହେଁ, ବରଂ ଏହା ବିଭିନ୍ନ ବିବିଧ କ୍ଷେତ୍ରରେ ଅଭିବୃଦ୍ଧିକୁ ଗତିଶୀଳ କରୁଛି ।