ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ସମଗ୍ର ଦିଗକୁ ଅନ୍ତର୍ଭୁକ୍ତ କରାଯିବ

  • ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ୱେଭ୍ସ ଭାରତକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବ
  • ଉଦ୍‌ଘାଟିତ ହେଲା ୱେଭ୍ସର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚ୍ୟାଲେଞ୍ଜ ସିଜନ-୧, ଯୁବବର୍ଗଙ୍କୁ ଅଧିକ ସଂଖ୍ୟକ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ ଶ୍ରୀ ଜାଜୁ

ନୂଆଦିଲ୍ଲୀ, (ପିଆଇବି) : ଭାରତର ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ସୁଦୃଢ଼ କରିବା ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବା ପାଇଁ ଭାରତ ସରକାର ଆସନ୍ତା ବର୍ଷ ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ) ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜବାହରଲାଲ ନେହେରୁ ଆର୍କିଟେକ୍ଚର ଆଣ୍ଡ ଫାଇନ ଆର୍ଟସ ୟୁନିଭର୍ସିଟି (ଜେଏନ୍‌ଏଏଫ୍ଏୟୁ)ର ପ୍ରମୋସନ ପାଇଁ ଆୟୋଜିତ ଏକ ରୋଡ୍ ସୋ’ରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସମଗ୍ର କ୍ଷେତ୍ରକୁ ନେଇ ୱେଭ୍ସ ପ୍ରଥମ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ହେବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତେଲେଙ୍ଗାନା ସରକାରଙ୍କ ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଜୟେଶ ରଞ୍ଜନ କହିଲେ ଯେ, ଏହି କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଏକ ପ୍ରସ୍ତୁତ ଇକୋସିଷ୍ଟମ ଅଛି ଏବଂ ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆନନ୍ଦିତ ହେବେ । ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ହାଇଦ୍ରାବାଦରେ ୱେଭ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ଜାଜୁ କହିଥିଲେ ଯେ, ଏମ୍‌ ଆଣ୍ଡ ଇ ଶିଳ୍ପ ଏବଂ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ଘନିଷ୍ଠ ସମନ୍ୱିତ ପ୍ରୟାସ ଦେଖିବାକୁ ମିଳିବ । ବିକଶିତ ଏମ୍ ଆଣ୍ଡ ଇ ଶିଳ୍ପ କ୍ଷେତ୍ରରେ ଆଲୋଚନା, ବାଣିଜ୍ୟ ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ୱେଭ୍ସ ଏକ ପ୍ରମୁଖ ମଞ୍ଚ ହେବାର ଲକ୍ଷ୍ୟ ରଖିଛି । ଏହି ଶିଖର ସମ୍ମିଳନୀରେ ସୁଯୋଗ ଖୋଜିବା, ଆହ୍ୱାନର ମୁକାବିଲା କରିବା, ଭାରତକୁ ବାଣିଜ୍ୟ ଆକୃଷ୍ଟ କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ଆକାର ଦେବା ପାଇଁ ଶିଳ୍ପନେତା, ଅଂଶୀଦାର ଏବଂ ଉଦ୍ଭାବକମାନଙ୍କୁ ଆମନ୍ତ୍ରଣ କରାଯିବ । ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଫିଲ୍ମ ଆସୋସିଏସନ ଏବଂ ଏଭିଜିସି କ୍ଷେତ୍ରର ଶିଳ୍ପ ନେତାମାନଙ୍କୁ ଭେଟିଥିଲେ । ହାଇଦ୍ରାବାଦର ସିବିଏଫ୍‌ସି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ମୁଖୀନ ହେଉଥିବା ପାଇରେସି ବିରୋଧରେ ଦଣ୍ଡନୀୟ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଜାଜୁ ଗେମିଂ ଶିଳ୍ପର ଅଂଶୀଦାରମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଚଳଚ୍ଚିତ୍ର ସଂଘ ଏବଂ ଏଭିଜିସି କ୍ଷେତ୍ରର ଅଂଶୀଦାରଙ୍କ ବୈଠକରେ ସଞ୍ଜୟ ଜାଜୁ ଏବଂ ଶ୍ରୀ ଜୟେଶ ରଞ୍ଜନ ଉଦବୋଧନ ଦେଉଛନ୍ତି । ଏହି ବୈଠକରେ ଏନ୍ଏଫ୍‌ଡିସିର ଜିଏମ୍ ତଥା ୱେଭ୍ସର ସିଇଓ ଅଜୟ ଧୋକେ, ସିବିଏଫସିର ସିଇଓ ରାଜେନ୍ଦ୍ର ସିଂହ, ଆରଓ ଶ୍ରୀମତୀ ଶିଫାଲି କୁମାର ଏବଂ ସିବିଏଫ୍‌ସି ହାଇଦ୍ରାବାଦର ଇଓ ରାହୁଲ ଗୌଲିକର ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!